-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
18-Jul-2022
ବଲାଙ୍ଗିର,(ପ୍ରେରଣା ଖବର)-ବଲାଙ୍ଗିର ରାଜ୍ୟ ଯୁବ ମୋର୍ଚ୍ଚା ଦିନେଶ ଶର୍ମାଙ୍କୁ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ୧୬.୦୭.୨୦୨୨ ଜିଲ୍ଲାପାଳଙ୍କୁ ଜରିଆରେ ନୂତନ ଦାୟିତ୍ୱ ଶର୍ମାଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ଦିନେଶ ଶର୍ମାଙ୍କ ତାଙ୍କ ନୋମିନି ରେ ଏମ୍ପି ଲାଡ, ଆଇଏପି, ପଶ୍ଚିମ ଓଡିଶା ବିକାଶ ପରିଷଦ,
ବିଜୁ କେବିକେ ଓ ଅନ୍ୟାନ୍ୟ ଦାୟିତ୍ୱ ଦେଇଛନ୍ତି । ରାଜ୍ୟର ବିଜେପି ପକ୍ଷରୁ ପୂର୍ବରୁ ରାଜ୍ୟର ଯୁବ ସଂଯୋଜକ ଥିଲେ ଓ ବଲାଙ୍ଗିର ମେଡିକାଲ କଲେଜ ଏମ୍ପିଙ୍କ ନୋମିନି ଓ ବଲାଙ୍ଗିର ମିଡିଆ ସେଲ ର ପ୍ରଭାରି ଭାବେ ନିର୍ବାହ କରୁଛନ୍ତି । ସୋନପୁର ଜିଲ୍ଲା ପ୍ରଭାରି, ବଲାଙ୍ଗିର ମାହେଶ୍ୱରୀ ସଂପାଦକ ରୂପେ ସେ କାର୍ଯ୍ୟ ନିର୍ବାହ କରୁଛନ୍ତି । ବଲାଙ୍ଗିର ଜିଲ୍ଲା ବିଜେପି କର୍ମକର୍ତ୍ତା ତଥା ବୁଦ୍ଧିଜିବୀ ଶ୍ରୀ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ପ୍ରେସ ଜରିଆରେ ସେ ସୂଚନା ଦେଇଛନ୍ତି ।