-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
03-Jul-2022
ବଲାଙ୍ଗିର(ପ୍ରେରଣା ଖବର) ଆଜିର ଦିନରେ ସମସ୍ତେ ନିଜ ଜନ୍ମ ଦିନରେ କେକ୍ କାଟି କେଣ୍ଡେଲ ଲାଇଟ ସହିତ ବନ୍ଧୁବାନ୍ଧବଙ୍କ ଗହଣରେ ବଡ ଧୁମଧାମରେ ପାଳନ କରିଥାନ୍ତି ହେଲେ ଗଙ୍ଗାଧର ପଧାନ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଦସ୍ୟ ତଥା ଦେଓଗାଁ ବ୍ଲକ ବହଲି ଗ୍ରାମର ବାସିନ୍ଦା ଗଙ୍ଗାଧର ପଧାନ ଆଜି ତାଙ୍କ ଜନ୍ମ ଦିନରେ ରକ୍ତଦାନ କରିବା ପାଇଁ ଇଚ୍ଛା
ପ୍ରକାଶ କରିଥିଲେ । ସେ କୁଲୁତା ସମାଜ ଯୁବ ସଭାପତି ଅସୀମ ଭୋଇଙ୍କୁ ରକ୍ତଦାନ ପାଇଁ ଯୋଗାଯୋଗ କରିଥିଲେ । ଶ୍ରୀ ଭୋଇଙ୍କ ସହଯୋଗ କ୍ରମେ ଶ୍ରୀ ପ୍ରଧାନ ଭୀମ ଭୋଇ ମେଡିକାଲ ରକ୍ତ ଭଣ୍ଡାରରେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ରକ୍ତଦାନ ସମୟରେ ରକ୍ତ ଭଣ୍ଡାର ଲେବ୍ରୋଟେରୀ ଟେକ୍ସିଆନ୍ ନରେଶ ମିଶ୍ର ତଥା ବ୍ଲଡ ବ୍ୟାଙ୍କ କର୍ମଚାରୀ କେଶବ ଷଣ୍ଢ, ଅକ୍ଷୟ କୁମାର ବାଗ ଓ ରଶ୍ମି ରଂଜନ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।