-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2020
କୁଚିଣ୍ଡା,(ସଂଜୀବ ପାଣିଗ୍ରାହୀ)- ପଶ୍ଚିମ ଓଡ଼ିଶା ବିକାଶା ପରିଷଦ ପାଣ୍ଠିରୁ କମ୍ପ୍ୟୁଟର ଗୃହ ନିର୍ମାଣ ସକାଶେ ୧0 ଲକ୍ଷ ସାଇକେଲ ଷ୍ଟାଣ୍ଡ ପାଇଁ ୫ ଲକ୍ଷ ଏବଂ ବାଡା ବନ୍ଦି ପାଇଁ ମଧ୍ୟ ୨0 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି। ଏଥି ପାଇଁ କଲେଜ କମ୍ପ୍ୟୁଟର ଗୃହ ପାଇଁ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଙ୍କ କରକମଳ ରେ ଆଜି ଭୂମି ପୂଜା ହୋଇଯାଇଥିବା ଜଣା ପଡିଛି। କୋଭିଡ଼ ନିୟମାନୁଯାୟୀ ଅନୁଷ୍ଠିତ ଉତ୍ସବରେ ଶ୍ରୀ ନାୟକ ଙ୍କ ସହ ଜେଇ ରମେଶ ପାଣିଗ୍ରାହୀ ବିଧାୟକ ଙ୍କ ପ୍ରତିନିଧି ଭାବେ ସୁଶିଲ ନାୟକ, ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଏକ, ଅଧ୍ୟାପକ କୃଷ୍ଣଚନ୍ଦ୍ର ପୁଝାରୀ ଉପସ୍ଥିତ ଥିଲେ। ଏହା ପରେ ଡି ଇ ଓ ସମିନ ନାୟକ ଙ୍କ ପରିଚାଳନା ରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦ୍ବୟ ଡ. ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀ ଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଜୟନ୍ତି ସଭା ଆୟୋଜିତ ହୋଇଥିଲା।