-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
28-Jun-2022
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ହାଇସ୍କୁଲ ଖେଳ ପଡିଆ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଲିଗୁଡାରୁ ଫୁଲବାଣୀ ଦୃତ ଗତିରେ ଯାଉଥିବା ବେଳେ ପଲସର ବାଇକ୍ ନଂ ଓଡି ୦୧ ଏବି ୨୭୫୯ ରେ ଦୁର୍ଘଟଣା ଘଟିଥିଲା। କ.ନୂଆଗାଁ ହାଇସ୍କୁଲରେ ରହି ପାଠ ପଢ଼ୁଥିବା ଝିଅକୁ ଦେଖି ଫେରୁଥିବାବେଳେ ସାରଙ୍ଗଗଡ କିନ୍ଦିପାଙ୍ଗାର ମହିଳା ଅମିତା ପ୍ରଧାନକୁ ଉକ୍ତ ବାଇକ ଚାଳକ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ। ଗ୍ରାମ ଲୋକଙ୍କ ସହାୟତାରେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ବାଇକ୍ ଚାଳକ ଓ ଗୁରୁତର ମହିଳାକୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। କ.ନୂଆଗାଁ ଥାନା ଅତିରିକ୍ତ ପୋଲିସ ଅଧିକାରୀ ଅଜୟ କୁମାର ସାହୁ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପହଂଚି ବାଇକ୍ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି।