-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ବାହାଘର ରୁ ସମାଜକୁ ବାର୍ତ୍ତା ଖଲିପତ୍ର ବଦଳରେ ମାଟିପାତ୍ର" ମାଟି ଥାଳି, ଗିନାରେ ବାହାଘର ଭୋଜି ଖାଇଲେ ୧୨ ଶହ ବନ୍ଧୁବାନ୍ଧ

26-Jun-2022



 ବଲାଙ୍ଗିର, ମାଟି ଥାଳି, ଗିନାରେ ଭୋଜି ଖାଇଛନ୍ତି ୧୨ ଶହ ବନ୍ଧୁବାନ୍ଧବ। ସମସ୍ତଙ୍କୁ ଖାଦ୍ୟ ଖାଇବା ବେଳେ ନୂଆ ଥାଳି, ଗିନା, ଗ୍ଲାସ ଦିଆଯାଇଥିଲା। ମଧ୍ୟବିତ ପରିବାର ହୋଇଥିଲେ ହେଁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ବନ୍ଧୁବାନ୍ଧବ ଯେପରି ନୂଆ ମାଟି ଥାଳି, ଗିନା ଗ୍ଲାସରେ ଭୋଜି ଖାଇବେ ସେଥିନିମନ୍ତେ ବ୍ୟବସ୍ଥା ହୋଇଥିଲା । ମାଟି ଥାଳିରେ ଭାତ, ମାଟି ଗିନାମାନଙ୍କରେ ଡାଲି, ତରକାରୀ, ଖଟା, ଖିରୀ ପରଷା ଯାଇଥିଲା। ମାଟି ଗ୍ଲାସରେ ଥଣ୍ଡା ପାଣି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏଭଳି ଆତିଥିୟତା ପାଇ ବନ୍ଧୁବାନ୍ଧବ ଯେତିକି ଖୁସ୍, ଅଞ୍ଚଳରେ ଏହି ବିଶେଷ ଆତିଥିୟତାକୁ ନେଇ ସେତିକି ଆଲୋଚନା ଓ ପ୍ରସଂଶା। ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ସମରା ଗାଁରେ ଏହି ଭୋଜି ଆୟୋଜିତ ହୋଇଥିଲା। ଗ୍ରାମର ଚକା ରଣାଙ୍କ ପୁଅ ମାନସ ରଣାଙ୍କ ଏହି ବାହାଘର ଭୋଜି ଖାଇ

ଲୋକେ ବାଃ ,ବାଃ, ନଉଛନ୍ତି ଏହି ବିଶେଷ ତରିକାରେ ଭୋଜି ଆୟୋଜନ ପଛରେ ମାନସଙ୍କ ଭିନ୍ନ ଚିନ୍ତାଧାରା ରହିଥିଲା। ଅସଲରେ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ବାର୍ତ୍ତା ଦେବା, ପାରମ୍ପରିକ ବିଧିବ୍ୟବସ୍ଥାକୁ ଆପଣାଇବା, ଶରୀରକୁ ସୁସ୍ଥ ରଖିବା ଓ ନିଜର କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା।
: ମାନସ କହିଛନ୍ତି, ଆଧୁନିକ ଚାକଚକ୍ୟ ଚାଲିଚଳନ ଭିତରେ ଲୋପ ପାଇବାରେ ଲାଗିଛି ପ୍ରଥା ଓ ପରମ୍ପରା। ବିପଦରେ ପଡ଼ିଛି କୌଳିକ ବୃତ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ପରିବେଶକୁ ପ୍ରଦୂଷଣ କରୁଥିବା ବିଭିନ୍ନ ପ୍ରକାର ଜିନିଷ ଧସେଇ ପସିଛି। ବାହାଘରମାନଙ୍କରେ ଲୋକେ ପଲିଥିନରେ ପ୍ରସ୍ତୁତ ଖଲିଦନା ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ଗ୍ଲାସ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି। ଏ ସବୁକିଛି ପରିବେଶକୁ ,ତେଣୁ ତାଙ୍କ ବାହାଘର ନିମନ୍ତେ ନିମନ୍ତ୍ରିତ ୧୨ ଶହ ବନ୍ଧୁବାନ୍ଧବଙ୍କ ନିମନ୍ତେ ମାଟିରେ ଥାଳି, ଗିନା, ଗ୍ଲାସ ପ୍ରସ୍ତୁତ କରାଯାଇଥିଲା। ସେମାନଙ୍କ କୌଳିକ ବୃତ୍ତି କୁମ୍ଭକାର ହୋଇଥିବାରୁ ମାଟିପାତ୍ର ପ୍ରସ୍ତୁତି ନିମନ୍ତେ ବିଶେଷ ଅସୁବିଧା ହୋଇ ନ ଥିଲା। ତେବେ ବର୍ତ୍ତମାନର ଯୁବପିଢ଼ିମାନେ ଏହି କୌଳିକବୃତ୍ତି ଭୁଲି ଯାଇଥିବାରୁ ଗ୍ରାମର କୌଳିକ ବୃତ୍ତିଧାରୀ ବରିଷ୍ଠ ବ୍ୟକ୍ତିମାନେ ଥାଳି, ଗିନା, ଗ୍ଲାସ ତିଆରି କରିବାର ସମ୍ପୂର୍ଣ୍ଣ ଭାର ଉଠାଇଥିଲେ। ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚରେ ମାଟିପାତ୍ରମାନ ପ୍ରସ୍ତୁତ କରାଯାଇଥିଲା। ଏଥିନିମନ୍ତେ ପ୍ରାୟ ୨୦ ଦିନ ସମୟ ଲାଗିଥିଲା। ବନ୍ଧୁବାନ୍ଧବ ଓ ଅତିଥିମାନଙ୍କ ନିମନ୍ତେ ୧୨ ଶହ ଲେଖାଏଁ ମାଟି ଥାଳି ଓ ଗ୍ଲାସ ସହିତ ୫ ହଜାର ଗିନା ତିଆରି କରାଯାଇଥିଲା। ମାଟିପାତ୍ରରେ ଭୋଜନ କରି

ଅତିଥିମାନେ ମଧ୍ୟ ବେଶ ଆତ୍ମତୃପ୍ତି ଲାଭ କରିଥିଲେ। ଏହି ପଦକ୍ଷେପ ଯୋଗୁଁ ଗୋଟିଏ ପଟେ ପରିବେଶ ସୁରକ୍ଷା ହୋଇପାରିଥିବା ବେଳେ ଅନ୍ୟପଟେ କୁମ୍ଭାର ପରମ୍ପରା ଓ ବୃତ୍ତିକୁ ବଂଚାଇ ରଖିବାର ପ୍ରୟାସ ପ୍ରାଶଂସାର ବିଷୟ ହୋଇଛି। କାରଣ ଧିରେ ଧିରେ କୁମ୍ଭାର ସଂପ୍ରଦାୟର ଲୋକେ ନିଜର କୌଳିକ ବୃତ୍ତି ଠାରୁ ଦୂରେଇ ଯାଉଛନ୍ତି। ଆଧୁନିକତାର ଚାକଚକ୍ୟ ଭିତରେ ମାଟି ତିଆରି ଜିନିଷର ଚାହିଦା ମଧ୍ୟ କମି କମି ଯାଉଛି। ଏସବୁ ଭିତରେ ବାହାଘରମାନଙ୍କରେ ସମସ୍ତେ ଯଦି ମାଟିପାତ୍ରର ବ୍ୟବହାର କରନ୍ତେ, ତେବେ କୁମ୍ଭକାରମାନଙ୍କର କୌଳିକ ବୃତ୍ତି ବଂଚିବା ସହିତ ପରିବେଶର ମଧ୍ୟ ସୁରକ୍ଷା ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି। ଧୀରେ ଧୀରେ ବଲାଙ୍ଗିର ଜିଲ୍ଲା ରେ ଚର୍ଚ୍ଚା ବିଷୟ  ପାଲଟିଛି

(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ୍) 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like