-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାର ସର୍ବାଧିକ ଦୁର୍ନୀତିଗ୍ରସ୍ତ ବ୍ଲକ୍ : ନା ମାଓବାଦୀଙ୍କ ଡର ନା ଭିଜିଲାନ୍ସର

25-Jun-2022



ବଲାଙ୍ଗିର (ମଳୟ ମିଶ୍ରଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ଦୁର୍ନୀତିଗ୍ରସ୍ତ ବ୍ଲକ୍ ଭାବେ ଖପ୍ରାଖୋଲର ଦୁର୍ନାମ ରହିଆସିଛି ।  ଜିଲ୍ଲାର ସୀମାନ୍ତବର୍ତ୍ତୀ ଆଦିବାସୀ ବହୁଳ ଦାଦନପ୍ରବଣ ଓ ମାଓ ଉପଦ୍ରବ ରହିଆସିଥିବା ମରୁଡ଼ିଅଧ୍ୟୁଷିତ ଏହି ବ୍ଲକ୍ ଟି ସର୍ବଦା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, କେନ୍ଦ୍ରମନ୍ତ୍ରୀ, ଅମଲାଅଫିସର, ଜିଲ୍ଲାପାଳ, ପିଡି, ଏସପି, ରାଜ୍ୟ ବା ଆନ୍ତର୍ଜାତିକ ସ୍ତରୀୟ ସାମ୍ବାଦିକ, ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ରାସ୍ତାକଡରେ ରହିଛି  । କାରଣ ଏହି ପାଖରେ ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ବା ଗନ୍ଧମାର୍ଦ୍ଦନର ଆକର୍ଷଣକାରୀ ପର୍ବତଶ୍ରେଣୀ ରହିଛି ।

ତେବେ ସେ ଯାହାହେଉ, ୨୧ ଟି ଗ୍ରାମପଞ୍ଚାୟତ ବିଶିଷ୍ଟ ଏହି ବ୍ଲକ୍ ରେ ବେଆଇନ ଦାଦନଶ୍ରମିକ ଚାଲାଣ ଠାରୁ କ୍ରମାଗତ ମାଓ ଉପଦ୍ରବ ଚାଲିଆସୁଛି । ମାଓବାଦୀଙ୍କ ଦ୍ବାରା ଏକାଧିକ ନରହତ୍ୟା ଓ ପୁଲିସ୍ ବା ସଶସ୍ତ୍ର ବଳଦ୍ବାରା ଏକାଧିକ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ସହ ଅନେକ ମାଲାସିଆଙ୍କୁ ମଧ୍ୟ ଗିରଫ କରାଯାଇଛି । ତଥାପି ଦଶନ୍ଧି ଦଶନ୍ଧି ଧରି ଏହି ଉପାନ୍ତ ଓ ଅବହେଳିତ ବ୍ଲକ୍ ରେ କୌଣସି ସରକାରୀ ଯୋଜନାରେ ଦୁର୍ନୀତି ଅଭିଯୋଗ ଥମିନାହିଁ ବା ଯୋଜନାର ପ୍ରକୃତ ସୁଫଳ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ । କାରଣ ଏହି ଅଞ୍ଚଳର ନିର୍ବାଚିତ ଲୋକପ୍ରତିନିଧିମାନେ ଓ ଅବସ୍ଥାପିତ ସରକାରୀ କର୍ମଚାରୀମାନେ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ ହୋଇଆସୁଛି । ପଞ୍ଚାୟତ, ପଞ୍ଚାୟତ ସମିତି ବା ବ୍ଲକ୍, ଥାନା, ବନବିଭାଗ, କେନ୍ଦୁପତ୍ର ବିଭାଗ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ଠାରୁ ଏହି ବ୍ଲକ୍ ରେ କାର୍ଯ୍ୟକାରୀ ହେଉଥିବା ମିଲେଟ୍ ମିଶନ୍, ମନରେଗାର ଫାର୍ମପଣ୍ଡ୍ , ଆମ ଜଙ୍ଗଲ ଯୋଜନା, ବନସ୍ପତି ବନ ପ୍ରକଳ୍ପ, ମାଓବାଦୀ ନିରାକରଣ ଲକ୍ଷ୍ୟରେ ଆଇଏପି ବା ଅନ୍ୟାନ୍ୟ ଉନ୍ନୟନ ଯୋଜନା, ଜାତୀୟ ଉଦ୍ୟାନ ମିଶନ,  ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ବା  ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବା ଯୋଜନା ବସ୍ତୁତଃ ପ୍ରହସନରେ ପରିଣତ ହୋଇଛି । ବିଶେଷକରି ବ୍ଲକ୍ ରେ କାର୍ଯ୍ୟକାରୀ ହୋଇଆସୁଥିବା ବର୍ଷ ବର୍ଷ ଧରି ମନରେଗାଠାରୁ କେଜିବିଭି ଓ ଏବର ୫-ଟି ସ୍କୁଲ୍ ରୂପାନ୍ତରକରଣ ପର୍ଯ୍ୟନ୍ତ ସବୁଥିରେ ପିସି, ନିମ୍ନମାନର କାମ ଓ ଅନିୟମିତତା ରହିଛି ।  ଖପ୍ରାଖୋଲ ବ୍ଲକ୍ ଅଫିସ୍ ର ବିଡିଓଙ୍କ ଠାରୁ ପଞ୍ଚାୟତ ଜିଆରଏସ୍ ପର୍ଯ୍ୟନ୍ତ ଅବାଧ ଦୁର୍ନୀତିରେ ଲିପ୍ତ ବୋଲି ଅଭିଯୋଗ ହେଉଥିଲେ ହେଁ ସେମାନେ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ ଯେ ଏହି ବ୍ଲକ୍ ରେ ଦୀର୍ଘ ପ୍ରାୟ ୭ ବର୍ଷ ଧରି ସୌମ୍ଯ ଶେଖର ଜୟପୁରିଆ ବୋଲି ଜଣେ ସହକାରୀ ଯନ୍ତ୍ରୀ ବା ସହ ନିର୍ବାହୀ ଯନ୍ତ୍ରୀ ଏଠିକା ମାଟିରେ

କୋଳି ଖାଇ ମଞ୍ଜି ପୋତି ଚେର ଲମ୍ବାଇ ଅବସ୍ଥାପିତ ରହି ଆସିଥିବା ସହ ମଝିରେ ତାଙ୍କୁ ପ୍ରାୟ ବର୍ଷେକାଳ ଭାରପ୍ରାପ୍ତ ବିଡିଓ ଦାୟିତ୍ୱ ମଧ୍ୟ ଦିଆଯାଉଛି । ଏବେ ବିଡିଓ ତାଲିମରେ ଥିବାରୁ ଏବିଡିଓ ଭୀମସେନ କହଁର ବିଡିଓ ଦାୟିତ୍ୱରେ ରହିଛନ୍ତି । ଏହି ବ୍ଲକ୍ ରେ ଆବହମାନକାଳରୁ ପିସି ପ୍ରଥା ଚାଲି ଆସୁଛି । ସଂପ୍ରତି ନିମ୍ନମାନର କାମ ଯୋଗୁଁ ହରିଶଙ୍କର ସୌନ୍ଦର୍ଯ୍ୟକରଣ ଭୁଷୁଡିବା ସହ ୫ -ଟି ମୋ ସ୍କୁଲ୍ କାମରେ ବ୍ୟାପକ ନିମ୍ନମାନର କାମର ଅଭିଯୋଗ କରାଯାଇଛି । ମନରେଗାର ମଷ୍ଟରରୋଲ୍ ରେ ମିଛଶ୍ରମିକଙ୍କ ନାଁ' ରେ କୋଟି କୋଟି ଟଙ୍କାର ମିଥ୍ୟାବିଲ୍ କୁ ଏହି ଅଧିକାରୀମାନେ ମୋହର ମାରୁଛନ୍ତି ଓ ଉପର ଅଧିକାରୀମାନେ ହାତ ଚିକ୍କଣ କରି ଏହି କ୍ରମାଗତ ଦୁର୍ନୀତିକୁ ଘଣ୍ଟଘୋଡାଇ ଆସୁଛନ୍ତି । ଏହି ଅସାଧୁ କର୍ମଚାରୀ, ଦୁର୍ନୀତିଗ୍ରସ୍ତ ରାଜନୈତିକ ପ୍ରତିନିଧିମାନେ ଓ ପେଟିଠିକାଦାରଙ୍କ ରାଜ୍ ରେ ସରକାରୀଯୋଜନା ଲୁଣ୍ଠିତ ହେବାରେ ଲାଗିଛି । ନା ଏମାନଙ୍କୁ ମାଓବାଦୀଙ୍କ ଡର ଅଛି  ନା ଭିଜିଲାନ୍ସର ! ଜୟ କଳା  !


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like