-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jun-2022
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଏକ ଦଶ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଡ୍ରାଇଭର ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ବୀମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭଳି ବିଭିନ୍ନ ଦାବି ପ୍ରତି ସରକାରଙ୍କ ଅବହେଳା ଦର୍ଶାଯାଇଛି। ଉକ୍ତ ଦାବି ପ୍ରଦାନ ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକର ଡ୍ରାଇଭର ମହାସଂଘର କର୍ମକର୍ତ୍ତା ସମେତ ହେରଦ ପ୍ରଧାନ,ସାବତ ପ୍ରଧାନ, ଅନୀଲ ସାହୁ, ଯୁବରାଜ ପ୍ରଧାନ, ଦୁଃଶାସନ ଦିଗାଲ ଓ ମଦନ ଦିଗାଲ ସହିତ ଅନ୍ୟାନ୍ୟ ଡ୍ରାଇଭର ଗଣ ଉପସ୍ଥିତ ଥିଲେ।