-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Jun-2022
ବରଗଡ(ନିରଞ୍ଜନ ତ୍ରିପାଠୀ): ରାଜବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ଶାଖା ପକ୍ଷରୁ ପାଇକମାଲ ସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକେଇ ଦେଇଛନ୍ତି । ଚାଷୀ ମାନଙ୍କ ମୈାଳିକ ଅଧିକାର ପ୍ରାପ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗକୁ କେନ୍ଦ୍ର କରି ଏ ଭଳି ଅଚଳାବସ୍ଥା ସୃଷ୍ଟି କରିଛନ୍ତି ।୨୦୨୧ ମସିହାର ପ୍ରଧାନମନ୍ତ୍ରୀ କୃଷକ ବୀମା ଯୋଜନା ରାଶି ଅଦ୍ୟାବଧି କୃଷକ ମାନେ ପାଇପାରି ନାହାନ୍ତି । ଅଚଳାବସ୍ଥା କରି ଏହି ଧ୍ୱନି ଓଡ଼ିଶା ସରକାରଙ୍କ ନିକଟକୁ ପହଞ୍ଚାଇବା ଏହାର ଏକମାତ୍ର କାରଣ
ବୋଲି ମନେହୁଏ ।ଉକ୍ତ ତାଲାବନ୍ଦ କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ବିଶ୍ବନାଥ ରଣା, ସମ୍ପାଦକ ବାଳକୃଷ୍ଣ ବନଛୋର, କୋଷାଧ୍ୟକ୍ଷ ରାହାସ ବିହାରି ସାହୁ, ସଂଗଠନ ର ସକ୍ରିୟ ସଦସ୍ୟ ବିପିନ ବିହାରୀ ଠାକୁର,ଗୋପତରାମ ବାରିକ, ଯୁଧିଷ୍ଠିର ସାହୁ, ପିତାମ୍ବର ସାହୁ,କ୍ଷିରବତୀ ନାଏକ, ଭୁବନେଶ୍ୱର ପ୍ରଧାନ, କିଶୋର ପ୍ରଧାନ, ବନମାଳୀ ଚନ୍ଦନ,ତପନ ବଢ଼େଇ,ଶଶୀଧର ରାଉତ, ଝାରବନ୍ଧ ବ୍ଲକ ର ସନ୍ତୋଷ ବେହେରା,ଡୋଲାମଣୀ ଚୈାଧୁରୀ ପ୍ରମୁଖ ସାମିଲ ଥିଲେ