-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
15-Jun-2022
ବଲାଙ୍ଗୀର(ପ୍ରେରଣା ଖବର): ବଲାଂଗୀର କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତ ଭାରତୀ ଉତ୍କଳ ପ୍ରାନ୍ତ ଦ୍ଵାରା ଚାଲିଥିବା ୧୨ ଦିନ ବ୍ୟାପୀ ଶିବିର ଚାଳକ ପ୍ରଶିକ୍ଷଣ ଓ ଭାଷା ବୋଧନ ବର୍ଗ ର ସମାରୋପ କାର୍ଯ୍ୟକ୍ରମ ଆଜି ବୁଧବାର ସନ୍ଧ୍ୟା ୬.୪୫ ସମୟରେ ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ପତାଞ୍ଜଳି ଯୋଗ ସମିତି
ଓଡିଶା ରାଜ୍ୟ ମୂଖ୍ୟ ରାଧା ମାଧବ ବହିଦାର ,ସମ୍ମାନୀତ ଅତିଥି ରୂପେ ସମାଜ ସେବୀ ରାମମନ୍ଦିର ବଲାଙ୍ଗୀର ର ଓମ୍ ପ୍ରକାଶ କାଉଣ୍ଟିଆ, ମୂଖ୍ୟ ବକ୍ତା ରୂପେ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ସଂସ୍କୃତ ଭାରତୀ ଦିନେଶ କାମାତ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ବୌଦ୍ଧିକ ରଖିଥିଲେ। ଉତ୍କଳ ପ୍ରାନ୍ତ ସଭାପତି ସଂସ୍କୃତ ଭାରତୀ ଆୟୁଷ୍ମନ୍ତ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ତନୋଜ କୁମାର ମହାପାତ୍ର ଙ୍କ ମଙ୍ଗଲାଚରଣ ଭିତରେ ଅତିଥି ମାନେ ଦୀପ ପ୍ରଜ୍ବଳନ ପୂଜା ଅର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ସାମୁହିକ ଧ୍ୟେୟ ମନ୍ତ୍ର ଗୌରାଙ୍ଗ କହଁର ପାଠ ପରେ ଅତିଥି ପରିଚୟ ଶେଷଦେବ ମିଶ୍ର ଦେଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବର୍ଗର
ବିବରଣୀ ପ୍ରଦାନ କରିଥିଲେ ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡା। ଲିଶା ପ୍ରଧାନ,ଅଜିତ ସାହୁ ମମି ମହନ୍ତ ଓ ପୂର୍ଣ୍ଣଚନ୍ଦ୍ର ଶିକ୍ଷାର୍ଥୀ ମାନେ ଏହି ବର୍ଗର ଅନୁଭୂତି ପ୍ରଦାନ କରିଥିଲେ। ଅରୁଣ କୁମାର ନାୟକ ସଂସ୍କୃତ ରେ ବ୍ୟକ୍ତିଗତ ଗୀତ ଗାଇଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ରମାକାନ୍ତ ସା । ସଭାକୁ ସଂଯୋଜନା କରିଥିଲେ ଗଦାଧର ପଧାନ ଶେଷରେ ଶାନ୍ତି ପାଠ କରିଥିଲେ ଅକ୍ଷୟ କୁମାର ଦତ୍ତ। ଏହି ପ୍ରଶିକ୍ଷଣ ବର୍ଗର ସଂସ୍କୃତ ରେ ବାର୍ତ୍ତାଳାପ କଥୋପକଥନ ସଂସ୍କୃତ ର ସମ୍ପୂର୍ଣ କାର୍ଯ୍ୟକ୍ରମଏକ ବାତାବରଣ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।