-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ରାଞ୍ଚି - ବିଜୟବାଡା ରାସ୍ତାର ଡଇଁଚା ଗ୍ରାମ ଠାରେ ରବିବାର ସକାଳେ ଜଣେ ୭ବର୍ଷର ଶିଶୁଙ୍କୁ ଟ୍ରକ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇ ଥିଲେ। ଆହତଙ୍କୁ ଲୋକେ ଉଦ୍ଧାର କରି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଦୁର୍ଘଟଣା ପରେ ଲୋକେ ଡଇଁଚା ଗ୍ରାମ ଛକ ଠାରେ ହମ୍ପସ ନିର୍ମାଣ ଆଦି ଦାବି ନେଇ ୨ ଘଣ୍ଟା ଧରି ରାସ୍ତା ରୋକ କରା ଯାଇ ଥିଲା। ଘଟଣା ସ୍ଥଳକୁ ରେଢାଖୋଲ ପୋଲିସ ଯାଇ ରାସ୍ତା ରୋକକୁ ନିୟନ୍ତ୍ରଣ କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇ ଥିଲା। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନ ବାହନ ଅଟକି ରହିଥିଲା।