-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ମୁରିବାହାଲ- ମୁରିବାହାଲ ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର ଜଣେ ନାବାଳିକା ନେଇ ଜଣେ ଯୁବକ ଫେରାର ହୋଇଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତ ୬ ମାସ ତଳେ କୈଳାଶ ବଗର୍ତି ନିଜ ପରିବାରକୁ ନେଇ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶର ଉସୁନାବାଦ ର ଗୋଟିିଏ ଇଟା ଭାଟିରେ ଦାଦନ ଖଟିବା ପାଇଁ ନିଜ ପରିବାର ସହିତ କାମ କରୁଥିଲେ । କୈଲାଶର ଝିଅ ଗତ ତା.- ୨୦.୦୫.୨୨ ଶୁକ୍ରବାର ଦିନ ଉମଦିନୀ ବଗର୍ତି (୧୪) କୁ ତାଙ୍କ ଗ୍ରାମର ଜୟଦେବ ନାଗ ନାମକ ଜଣେ ଯୁବକ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲା , ପରିବାର ଲୋକେ ଖୋଜାଖୋଜି କରି ନ ଫେରି ଆସି ପରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେବା ପାଇଁ ପରିବାର ବର୍ଗ ଏସଡିପିଓ କଂଟାବାଞି, ବଲାଙ୍ଗିର ଜିଲ୍ଲା ଏସ.ପି, ଜିଲ୍ଲାପାଳ ବଲାଙ୍ଗିରକୁ ପ୍ରେରଣ କରାଗଲା ।