-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ମୁରିବାହାଲ- ମୁରିବାହାଲ ସ୍ଥିତ ସାପ୍ତାହିକ ବଜାରରୁ ମଙ୍ଗଲବାର ଦିନ ଏକ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ମୁରିବାହାଲ ଥାନା ଅନ୍ତର୍ଗତ ବରାଜୁରା ଗ୍ରାମର ନିତ୍ୟନ୍ନ୍ ଛତ୍ରିଆଙ୍କ ପୁଅ ଭୋଲାନାଥ ଛତ୍ରିଆ ଏକ ହିରୋ ଏଚ ଏଫ୍ ଡିଲକ୍ସ ନଂ ଓଡି ୦୩ ସି ୭୨୭୫ ବାଇକ ଯୋଗେ ବଜାରକୁ ପନିପରିବା କିଣିବା ପାଇଁ ୧୦.୩୦ ରେ ଆସିଥିଲେ, ଏବଂ ନିଜ ବାଇକକୁ ବଜାର ପାଶ୍ୱର୍ରେ ରଖି ବଜାରକୁ ଯାଇ ଫେରି ଆସି ଦେଖିବାରୁ ବାଇକଟି ରଖିଥିବା ସ୍ଥାନରେ ନଥିଲା ,ପରେ ଖୋଜାଖୋଜି କରି ନ ପାଇବାରୁ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନାରୁ ମାତ୍ର ୨୦୦ ମିଟର ଦୂରତାରେ ବଜାର ଥିବା ବେଳେ ଏହି ବଜାରରୁ ବାରମ୍ବାର ବାଇକ ଚୋରି ହେବାରୁ ଅଂଚଳର ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପେଟ୍ରୋଲିଂ କଡାକଡି ପାଇଁ ଜନସାଧାରଣରେ ଦାବି ହେଉଛି