-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ଉଲୁଣ୍ଡା):ଉଲୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲକ ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି l କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଡ଼. ଆଶୁତୋଷ ମିଶ୍ର ଯୋଗଦେଇ ତମାଖୁ ବ୍ୟବହାର କରିବା ଦ୍ଵାରା ପରିବେଶ ଉପରେ କି ପ୍ରଭାବ ପଡୁଛି ଓ କିକି ରୋଗର କାରଣ ହୋଇପାରେ ସେ ଉପରେ ବୁଝାଇଥିଲେ l ଏହି ଅବସରରେ ତମାଖୁ ବର୍ଜନ ପାଇଁ ଶପଥ ପାଠ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବିପିଏମ ସୁଧାଂଶୁ ଶେଖର ସେଠି, ଏମପିଏଚଏସ ପଞ୍ଚାନନ ହୋତା ଯୋଗଦେଇ ବକ୍ତ୍ୟବ ରଖିଥିଲେ l କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମାଝୀଗୌରୀ ପାତ୍ର ପରିଚାଳନା କରିଥିଲେ l ସମସ୍ତ ଆଶାକର୍ମୀ, ଏ ଏନ ଏମ ଏବଂ ଡାକ୍ତର ଖାନରସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ସେହିପରି ମାଟୁପାଲି ସାଇଆଶ୍ରା ସମନ୍ୱିତ ନିଶାମୁକ୍ତ ଥଇଥାନ କେନ୍ଦ୍ରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି l ଏଥିରେ ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଵା ବେଳେ ବକ୍ତା ଭାବରେ ପରାମର୍ଶ ଦାତା ସ୍ବପ୍ନଜିତ ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ l ଶମ୍ଭୁରାଜ କର୍ଣ୍ଣ ସପତପାଠ କରାଇଥିବା ବେଳେ ମନୋଜ ବାରିକ ଓ ରୁପାଞ୍ଜଳି ସେଠି ସହଯୋଗ କରିଥିଲେ l