-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ପାଟଣାଗଡ (ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ) ଓଡିଆ ଗଳ୍ପ ଜଗତରେ ଆପଣାର ଅସ୍ତିତ୍ବବାଦୀ ଚେତନାର ଗଳ୍ପ ପାଇଁ ପାଠକୀୟ ଆଦୃତି ପାଇଥିବା ପ୍ରଥିତଯଶା ଗାଳ୍ପିକ ଅଶୋକ କୁମାର ଚନ୍ଦନଙ୍କ ଅକାଳ ବିୟୋଗ ଓଡିଆ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ସାହିତ୍ୟ କୃତି ର ଯଥାଯଥ ମୂଲ୍ୟାୟନ ହେବା ଜରୁରୀ ବୋଲି ଆଜି ପାଟଣାଗଡ ବ୍ରହ୍ମପୁରା ସ୍ଥିତ ସୁଭଦ୍ରା ଭବନ ଠାରେ ଅଶୋକଙ୍କ ସ୍ମୃତିରେ ଅନୁଷ୍ଠିତ ସାରସ୍ବତ ସମାରୋହ ବସରରେ ଏହି ମତ ପ୍ରକାଶ ପାଇଛି ।ଅଶୋକ ଚନ୍ଦନ ସ୍ମୃତି ନ୍ୟାସ ଓ ଅଶୋକ ଚନ୍ଦନ ସ୍ମୃତି ସମିତି ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ବତ ସମାରୋହ ରେ ନ୍ୟାସ ତରଫରୁ ଆଶିଷ ଚନ୍ଦନ ସଭା ପରିଚାଳନା କରିଥିଲେ । ଘନଶ୍ୟାମ ଅଗ୍ରୱାଲ ସ୍ଥପତି,ଚିତ୍ରଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେର, କ୍ଷୀରୋଦ୍ର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ପରେ କବୟତ୍ରୀ ସଂଯୁକ୍ତା ପରିଛାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକଶତ କବିଙ୍କ କବିତା ପାଠୋତ୍ସବ ଓ 'ସାହିତ୍ୟ ପ୍ରତିଷ୍ଠାନ ଓ ପତ୍ରପତ୍ରିକାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ' ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ସୁଶ୍ରୀ ସବିତା ଭୋଇ, ସଂଯୁକ୍ତାା ଚନ୍ଦନ, ପ୍ରଦୀପ୍ତ କୁମାର ଦାଶ, ସନ୍ତୋଷ କୁମାର ଦାଶଙ୍କ ସଂଯୋଜନାରେ 'ଆଞ୍ଚଳିକ ସମ୍ବାଦ' ସାପ୍ତାହିକ ଖବରକାଗଜ ଓ ସାହିତ୍ୟ ପତ୍ରିକା 'ସ୍ରୋତସ୍ବତ' ର ସଂପାଦକ ସନ୍ଦୀପ କୁମାର କୁଅଁର ଓ ସାପ୍ତାହିକ' 'ପ୍ରେରଣା'ର ସଂପାଦକ ରଘୁନନ୍ଦନ ସିଂ ଆଲୋଚନାରେ ଅଂଶଗ୍ରହଣ କରି ପ୍ରକୃତ ସାହିତ୍ୟ ବା ସତ ସାହିତ୍ୟ କେବେ କୌଣସି କାଳଖଣ୍ଡରେ ବାନ୍ଧି ହୁଏ ନାହିଁ । ତେଣୁ ସାହିତ୍ୟ ସୃଷ୍ଟି ଆମର ଧୈୟ ହେଉ ବୋଲି କହିଥିଲେ । ପରେ ସଂଯୋଜକ ମାନଙ୍କ ମନୋଜ୍ଞ ସଂଯୋଜନାରେ ଶହେ ଜଣ କବି ଓ କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ଏହି କବିତା ପାଠୋତ୍ସବରେ ବଲାଙ୍ଗିର, ପାଟଣାଗଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, ଲାଠୋର ଆଦି ଅଞ୍ଚଳରୁ ବହୁ କବି, ଲେଖକ ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ l