-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
31-May-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)/ ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ, ବାନ୍ଧପଡାଠାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ ପ୍ରକୁତିବନ୍ଧୁ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା | କମିଟିର
ସଭ୍ୟ ରାଧେଶ୍ୟାମ ଗୁରୁ, ମୋହନ ପଧାନ, ବୃନ୍ଦାବନ ନାଏକ, କୈକେୟୀ ଷ|ଣ୍ଢ, ସମିତି ସଭ୍ୟା ନୀରିମା ଅମାତ, ସରପଞ୍ଚ ଗାୟତ୍ରୀ ଦୋରା ତଥା ସଂସ୍କୃତ ଶିକ୍ଷକ ସଂକୀର୍ତନ ତ୍ରିପାଠୀ,ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା, କିରାଣୀ ଅଜିତ କୁମାର ଗୁରୁ ନିଜ ନିଜ ବକ୍ତବ୍ୟରେ ମହାପାତ୍ର ଆଜ୍ଞାଙ୍କର ବିଦ୍ୟାଳୟ ପ୍ରତି ଅବଦାନ, ସମୟାନୁବର୍ତ୍ତିତା ବିଷୟରେ
ଅନୁଭୂତି ବର୍ଣନା କରିଥିଲେ | ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷାକର୍ମଚାରୀ, କମିଟିର ସଦସ୍ୟ ସଦସ୍ୟ| ମହାପାତ୍ର ଆଜ୍ଞାଙ୍କୁ ଫୁଲତୋଡ଼ା, ଉତ୍ତରୀୟ, ମାନପତ୍ର ଆଦି ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲେ | ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ ଓ ହରିବୋଲ ପଧାନ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ | ସଭା ଶେଷରେ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |