-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଖପ୍ରାଖୋଲ ପେକ୍ସରେ ଆଜିଯାଏ ଧାନ ମଣ୍ଡି ଆରମ୍ଭ ହୋଇ ନାହିଁ। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବ୍ଲକ୍ର ଅପର ସୁକତେଲ ମଧ୍ୟ୍ୟମ ଜଳସେଚନ ଅଞ୍ଚଳରେ ରବି ଧାନ ଚାଷ ହୋଇଛି । ଅନେକ ଚାଷୀ ଧାନ ଅମଳ କରି ବିକ୍ରି ପାଇଁ କ୍ଷେତରେ ରଖିଛନ୍ତି । ହେଲେ ମଣ୍ଡି ଖୋଲି ନଥିବାରୁ ଚିନ୍ତାରେ ପଡ଼ିଛନ୍ତି । ଅନେକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ ମଧ୍ୟ୍ୟ ଟୋକନ୍ ଆସିନଥିବା ଅଭିଯୋଗ ହୋଇଛି । ପୁଣି କେତେ ଚାଷୀଙ୍କ କମ୍ ପରିମାଣର ଟୋକନ ଆସିଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଭାଲୁଡୁଙ୍ଗୁରି ଗାଁର ଚାଷୀମାନେ ଦାବି କରିଛନ୍ତି । ଏନେଇ ପେକ୍ସ ସମ୍ପାଦକ ଶ୍ରୀପତି ଭୋଇଙ୍କୁ ପଚାରିବାରୁ ଟୋକନ ଆସିଥିବା ଚାଷୀଙ୍କ ଧାନ ଅମଳ ହୋଇ ନଥିବାରୁ ମଣ୍ଡି ଖୋଲାଯାଇନି , ଦୁଇଦିନ ମଧ୍ୟରେ ଖୋଲାଯିବ ବୋଲି କହିଥିଲେ ପେକ୍ସରେ ୮୪ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୩୬ ଜଣଙ୍କ ଟୋକନରେ ୧୮୮୪ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟାର୍ଗେଟ ଆସିଥିବା ସେ ସୂଚନା ଦେଇଥିଲେ ।