-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
28-May-2022
ବରଗଡ: ବରଗଡ଼ ଜିଲ୍ଲାରେ ଅନେକ ସ୍ଥାନରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ମାନଙ୍କୁ ଯାନବାହାନ ଚଳାଚଳ ସମୟରେ ଦୁର୍ଘଟଣା କୁ ରୋକିବା ପାଇଁ ବିଭିନ୍ନ ଟର୍ଣ୍ଣି ସ୍ଥଳରେ ଲୁହା ର ବ୍ୟାରିକେଡ଼ ନିର୍ମାଣ କରିଛନ୍ତି ।ହେଲେ ଦେଖିବାକୁ ମିଳୁଛି ସେଇ ବ୍ୟାରିକେଡ଼ ଗୁଡ଼ିକର ନଟବୋଲ୍ଟ ଗୁଡିକ ଖୋଲିବା ସଙ୍ଗେ ସଙ୍ଗେ ଲୁହାର ଆଙ୍ଗେଲ ଗୁଡିକ ମଧ୍ୟ କାଟି କେତେକ ଅସାମାଜିକ ପ୍ରକୃତି ର ଲୋକ କବାଡିଖାନା ମାନଙ୍କୁ ବିକ୍ରୟ କରିବାରେ ଲାଗିଛନ୍ତି ।ଏହାର ଜ୍ୱଳନ୍ତ ଉଦାହରଣ ହେଲା ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ର ବିଭିନ୍ନ ସ୍ଥାନରେ ଲାଗିଥିବା ଲୁହା ର ବ୍ୟାରିକେଡ଼ ଏବଂ ଦୁବଲାବାହାଲ ରାସ୍ତା ରେ ବିଜେପୁର ଅଭିମୁଖେ ଯିବା ସମୟରେ ନିର୍ମିତ ଲୁହା ବ୍ୟାରିକେଡ଼ । ଏଭଳି ଅସାମାଜିକ କାର୍ଯ୍ୟ ରେ ଲିପ୍ତ ଥିବା ଅସାମାଜିକ ବ୍ୟକ୍ତି ବିଶେଷ କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେଲଛାମୁଣ୍ଡା ପୋଲିସ ବିଭାଗ କୁ ସାଧାରଣ ନାଗରିକ ଅନୁରୋଧ କରୁଛନ୍ତି ।