-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
27-May-2022
ବଲାଙ୍ଗିର/ପାଟଣାଗଡ଼ (ପୂର୍ଣ ଶଶୀ ଶେଖର ରାଓ ) ବଲାଙ୍ଗିର ଓ ପାଟଣାଗଡ଼ ୪୨ ନମ୍ବର ରାଜପଥ ସରମୁହାଣ ଓ ଉଲବା ଗାଁ ର ମଝିରେ ବାଇକ୍ ଦୁର୍ଘଟଣା ହୋଇ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତେଣ୍ଡାପଦର ପଞ୍ଚାୟତ ଅଧିନସ୍ଥ ପୋଡମୁଣ୍ଡ ଗାଁ ର ଶୁଶିଲ କାଣ୍ଡ (୫୦) ଏକ ଗ୍ଳେମର ବାଇକ୍ ରେ ନିଜ ଗାଁ ରୁ ବାହାରି ପାଟଣାଗଡ଼ ଅଭିମୁଖେ ଆସୁଥିଲେ। ଏବଂ ଅପରାହ୍ନ ୩ ଟା ବେଳକୁ ଉଲବା ଓ ସରମୁହାଣ ବ୍ରିଜ ର ଟିକିଏ ଦୂରରେ ପଡିରହିଥିବା ଯାତାୟାତ କରୁଥିବା ଲୋକେ ଦେଖିବାକୁ ପାଇଥିଲେ। ଏହି ସମୟରେ ବଲାଙ୍ଗିର ପଟରୁ ଏକ ଏମ୍ବୁଲାନ୍ସ ଆସୁଥିବା ବେଳେ ତାଙ୍କୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅତ୍ୟଧିକ ରକ୍ତ ସ୍ରାବ ହେଉଥିବା ହେତୁ ଚିକିତ୍ସାଧୀନ ଅବସ୍ଥାରେ
ମୃତ୍ୟୁ ବରଣ କରିଥିବା ଡାକ୍ତର କହିଛନ୍ତି। ଏବଂ ଏ ବିଷୟରେ ପାଟଣାଗଡ଼ ପୋଲିସ କୁ ଖବର ଦେଇଥିବା ବେଳେ ପାଟଣାଗଡ଼ ପୋଲିସ ମେଡିକାଲ କୁ ଆସି ପରିବାର ବର୍ଗ ଙ୍କୁ ଖବର ଦେଇଥିବା ସହ ଶବ କୁ ଜଗି ରହିଛି ।ଆଜି ସମୟ ରାତ୍ର ହେବା ଯୋଗୁଁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ପ୍ରକୃତରେ ସେ କିଭଳି ଭାବେ ଦୁର୍ଘଟଣା ହୋଇଥିଲେ ତା ବିଷୟରେ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ।