-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||     

HOME   ଜିଲ୍ଲା

ସ୍କାଉଟସ-ଗାଇଡସ୍ ଭବନ ଉଦଘାଟିତ

25-May-2022



ବରଗଡ: ଆଜି ଜିଲ୍ଲା ସ୍କାଉଟସ- ଗାଇଡସ୍ ଭବନ  ଉଦଘାଟିତ ହୋଇଯାଇଛି।  ଏହି ଅବସରରେ ଜିଲ୍ଲା  ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ  ମିତ୍ରଭାନୁ କଛପ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ  ଉଦଘାଟନ  କରିଥିଲେ। । ଆଜିର ଏହି  ଉଦଘାଟନୀ ଉତ୍ସବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ  ଛତ୍ରପତି ସାହୁ, ଜ୍ୟୋତିକାନ୍ତ ସାହୁ,ଜିଲ୍ଲା ସ୍କାଉଟ୍ କମିଶନର ରାଧାକାନ୍ତ ଛତ୍ରି,ସୋହେଲା ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ ଅମୃତା ସାହୁ ଓ ଜିଲ୍ଲା ସ୍କାଉଟ୍  ଗାଇଡ ସମ୍ପାଦକ ଆଶୁତୋଷ ଦେ ସମ୍ମାନିତ  ଅତିଥି ରୂପେ  ମଞ୍ଚାସିନ ଥିଲେ । ସ୍କାଉଟ୍ ମାଷ୍ଟର କିଶୋର  ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।   ଦୀର୍ଘ ଦିନ ଧରି ଜିଲ୍ଲା ରେ ସ୍କାଉଟ ଓ ଗାଇଡ ମାନଙ୍କ ପାଇଁ କୌଣସି ସ୍ଵତନ୍ତ୍ର  କାର୍ଯ୍ୟାଳୟ କିମ୍ବା  ସେମାନଙ୍କ ପାଇଁ କୌଣସି ବିଶ୍ରାମ ଗୃହ ନ ଥିଲା । ଖେଳ  ଓ ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜିଲ୍ଲା ସ୍କାଉଟ/ ଗାଇଡ ସମ୍ପାଦକ ଶ୍ରୀ ଆଶୁତୋଷ  ଦେ ଙ୍କ ଅକ୍ଲାନ୍ତ ଉଦ୍ୟମ ରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କଛପ ଙ୍କ  ତତ୍ବାବଧାନରେ ଆଜି ଏହି ଭବନର ନିର୍ମାଣ ହୋଇପାରିଛି ।ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୂର ଦୁରlନ୍ତରରୁ ଆସୁଥିବା ସ୍କାଉଟସ / ଗାଇଡସ୍ ତଥା ସେମାନଙ୍କ ଗାଇଡ ଶିକ୍ଷକ ମାନେ  ଟିକିଏ ବିଶ୍ରାମ ନେବାପାଇଁ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଏହି  ସ୍କାଉଟ ଭବନର  ନିର୍ମାଣ ର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ  ରହିଥିଲା। ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ଯୋଶୀ ଙ୍କ  ସମୟରେ ଏହାର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା ।କିନ୍ତୁ  ଏଥିପାଇଁ  ଆବଶ୍ୟକ  ଅର୍ଥାଭାବ ଏହାର ନିର୍ମାଣରେ  ବାଧା ସୃଷ୍ଟି କରିଥିଲା।ତେଣୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ  ପାର୍ଶ୍ଵରେ ବନ୍ଦ ହୋଇ ଅଚଲା ଅବସ୍ଥାରେ ପଡ଼ି ରହି ଥିବା ଏକ ପୁରୁଣା ସରକାରୀ  ବିଦ୍ୟାଳୟକୁ ପୁନରୁଦ୍ଧାର କରାଯାଇ ଏହି ଭବନ ର ରୂପରେଖ ପ୍ରଦାନ କରାଯାଇଛି। ଏହି ଭବନ ର ନିର୍ମାଣରେ ଜିଲ୍ଲା ର  ରାଜ୍ୟ ସ୍ତରରୁ ଆସିଥିବା ଆର୍ଥିକ ଅନୁଦାନ ସହିତ ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ମାନଙ୍କ   ମଧ୍ୟ ଅବଦାନ ରହିଛି ବୋଲି ଶ୍ରୀ ଆଶୁତୋଷ ଦେ  ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।  ଏହି ଭବନ ମଧ୍ୟରେ ରହିଛି  କାର୍ଯ୍ୟାଳୟ ,ଗୋଟିଏ ବିଶ୍ରାମ ଗୃହ ତଥା କମିଶନର ଙ୍କ  କକ୍ଷ । ଭବିଷ୍ୟତରେ  ଏହାର   ଉପରେ ଏକ ବଡ଼ ମିଟିଂ ହଲ୍ କରାଯିବା ପାଇଁ ମଧ୍ୟ ଚିନ୍ତା ରହିଛି ବୋଲି ଶ୍ରୀ ଦେ କହିଥିଲେ।  ଯାହା ହେଉ    ସମସ୍ତଙ୍କ ଉଦ୍ୟମରେ ଦୀର୍ଘ ଦିନର ସପ୍ନ ପୁରଣ ହୋଇ ପାରିଥିବାରୁ ଜିଲ୍ଲା  ସ୍କାଉଟ୍/ ଗାଇଡ ମାନଙ୍କ ତଥା ସ୍କlଉଟ୍ ମାଷ୍ଟର ଓ ଗାଇଡ କ୍ୟାପଟେନ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ବିଭିନ୍ନ ଖେଳ କୁଦ ରେ  ଜାତୀୟ ସ୍ତରରେ ସ୍ଵର୍ଣ୍ଣ ,ରୌପ୍ୟ ତଥା ବ୍ରୋଞ୍ ପଦକ ଲାଭ କରିଥିବା ଛାତ୍ର ଛାତ୍ରୀ  ମାନଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ବ୍ୟତୀତ ୫୨ ଟି ବିଦ୍ୟାଳୟ କୁ ଫିଟ୍ ଇଣ୍ଡିଆ ର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।  ଏହି ଭବନ କୁ  ସୁନ୍ଦର ମଣ୍ଡିତ କରି  ତାର  ପାରିପାର୍ଶ୍ବିକ  ପରିବେଶକୁ  ସ୍ୱଚ୍ଛ ଓ ସୁସ୍ଥ କରିବା ରେ ଅଗ୍ରଣୀ ଭୂମିକା ବହନ କରିଥିଲେ  ସ୍କାଉଟ ମାଷ୍ଟର ରମେଶ ସେଠ,ଭବାନୀ ଶଙ୍କର ସାହୁ,ଗିରିଧାରୀ ଡନସନା,ବିଶ୍ବମ୍ବର ପ୍ରଧାନ,  ଆଦିକନ୍ଦ ସ୍ୱାଇଁ,ଡାକ୍ତର    ଭୋଇ,ପରମାନନ୍ଦ ସାହୁ,ଭୁବନେଶ୍ୱର ମହାକୁର,  ଗାନ୍ଧୀ ଦେବତା, ହୃଦମଣି ଭୋଇ,  ଭୂପେଶ  ପଧାନ ଓ ଅଙ୍ଗରୋଜ ଡନସନା ।  ଡି ଓ ସି ଗାଇଡ କୋସଲ୍ୟା ସାହୁ,  ଜିଲ୍ଲା  ତାଲିମ କମିଶନର ଗାଇଡ ଅନୁସୂୟା ଦେବତା, ଗାଇଡ  କ୍ୟାପଟେନ ବିଜୁଳି ବତି ଦଳେଇ,  ଶୁଭଶ୍ରୀ ଭୋଇ , ଅଞ୍ଜିତା, ଦେବଦତ୍ତl, ଗୀତା ବିରା,  ଡି ଓ ସି ସ୍କାଉଟ    ମନୋଜ ପ୍ରଧାନ, ଡି ଟି ସି ସ୍କାଉଟ୍ ସୁଦର୍ଶନ ମହାକୁର ଙ୍କ ସମେତ ଶତାଧିକ ସ୍କାଉଟ ମାଷ୍ଟର ଓ ଗାଇଡ  କ୍ୟାପଟେନ   ଉତ୍ସବରେ  ଯୋଗ ଦେଇ କାର୍ଯ୍ୟ କ୍ରମ   ରେ ସହଯୋଗ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026

You Might Also Like