-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
23-May-2022
ଲୋଇସିଂହା/ ଆଗଲପୁର (ବିନୋଦ କୁମାର ଦୀପ) ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ଓ ପ୍ରକଳ୍ପ ନିର୍ଦେଶକ ଡ଼ିଆରଡ଼ିଏ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ପ୍ରକଳ୍ପର ପରିଦର୍ଶନରେ ଯାଇଥିଲେ l ପରେ ପରେ 5T ରେ ଅନ୍ତର୍ଭୁକ୍ତ ହୋଇଥିବା ପଂଚାୟତ ଉଚ୍ଚ ବିଦ୍ୟାଳୟ ବୁର୍ଡl କୁ ପହଂଚିଥିଲେ l ବର୍ତମାନ ଲୋଇସିଂହା ବ୍ଲକ ବୁର୍ଡl ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଚାଲୁଅଛି l ଜିଲ୍ଲାପାଳ ଶ୍ରୀ ରାଣା ସାତଦିନ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ସ୍କୁଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଓ ସ୍କୁଲ କମିଟିକୁ କହିଥିଲେ l ଜିଲ୍ଲାପାଳଙ୍କ ଓ ପ୍ରକଳ୍ପ ନିର୍ଦେଶଙ୍କ ସହ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ଏ. ଇ ସିଦ୍ଧାର୍ଥ ପାଢୀ, ଜେ. ଇ କବିତା ଦାସ, ବୁର୍ଡl ସରପଞ୍ଚ ସୁଦିପ ସା, ରାଜୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l