-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
20-May-2022
ବରଗଡ(ନିରଞ୍ଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା,ପାଇକମାଳ ବ୍ଳକ ଅନ୍ତର୍ଗତ ସରେଇକେଲା ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ସୁକୁଲିପାହାଡ଼ ଗ୍ରାମ ର ବସ୍ତୁ ମହାନନ୍ଦ ନାମକ ଜଣେ ଗରିବ ଦିବ୍ୟାଙ୍ଗ ଯିବା ଆସିବା ର ଅସମର୍ଥ କଥାଟି ପାଇକମାଳ ବ୍ଳକ ର ଅଧ୍ୟକ୍ଷା ଜାଣିବାକୁ ପାଇଲାକ୍ଷଣି,ତାଙ୍କୁ ଡାକାଇ ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ଆଜି ଅଧ୍ୟକ୍ଷ୍ୟା ଶ୍ରୀମତୀ ଭାବନା ସିଂ , ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଉପାଞ୍ଜଳୀ ମାଝୀ ଏବଂ ପାଇକମାଳ ବିଜୁ ଯୁବ ଜନତାଦଳ ର ବ୍ଳକ ସଭାପତି ଗୈାତମ ସିଂ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି ।ଟ୍ରାଇ ସାଇକେଲ ପାଇ ଅସହାୟ ଶ୍ରୀ ମହାନନ୍ଦ ଅତ୍ୟନ୍ତ ଖୁସି ହେବା ସହ ଅଧ୍ୟକ୍ଷା, ବିଡ଼ିଓ ତଥା ବିଜୁଯୁବଜନତା ଦଳ ର ସଭାପତି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।