-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
16-May-2022
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ପି. ପି ଏକାଡେମୀ ଠାରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ୍ ନରସିଂହ ମିଶ୍ର ଯୋଗ ଦେଇ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଭାକୁ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ସରକରୀ ମହିଳା
ମହାବିଦ୍ୟାଳୟର ଅଧ୍ୟାପକ ସଦାଶିବ ମଲ୍ଲିକ ଯୋଗ ଦେଇ ଗୌତମ ବୁଦ୍ଧଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ l ରାଜ ଭୋଗ ଛାଡି ଗୌରିକ ବସ୍ତ୍ର ପରିଧାନ କରି ସଂସାର କୁ ଏକ ନିରାଟ ସତ୍ୟର ବାର୍ତ୍ତା ପ୍ରଦାନ କରିଥିଲେ ବୁଦ୍ଧ l କାମନାର ବିନାଶରେ ଦୁଖଃର ବିନାଶ ବୋଲି କହି ସାରା ବିଶ୍ୱରେ ମହାନ ହୋଇଥିବା ଭଗବାନ ବୁଦ୍ଧ ପ୍ରକୃତରେ ମଣିଷ ସମାଜ ର ପଥ ପ୍ରଦର୍ଶକ ଅଟନ୍ତି ବୋଲି ମୁଖ୍ୟବକ୍ତା ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ କହିଥିଲେ l ବଲାଙ୍ଗିର ନାଗରିକ କମିଟିର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ନାଗରିକ କମିଟିର ସଭାପତି ବେଲାର ସେନ ଭୋଇ ସଭାପତିତ୍ଵ କରିଥିଲେ l ଏହି ଅବସରରେ ପଦ୍ମଶ୍ରୀ
ନରସିଂହ ପ୍ରସାଦ ଗୁରୁ ଓ ସଫଳ ଚିକିତ୍ସକ ଡ଼. ରୁଦ୍ରନାରାୟଣ ପଟେଲ ଙ୍କୁ କମିଟି ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ନାଗରିକ କମିଟିର ସଭ୍ଯ ବୃନ୍ଦାବନ ବରାଳ, ବିକ୍ରମ ବହିଦାର, ପଙ୍କଜିନୀ ପଣ୍ଡା, ସଂଗ୍ରାମ ବହିଦାର, ଚକ୍ରପାଣି ଦାଶ, ନିରୁପମା ଉଦ଼୍ଗାତା, ଗୋପଭୁଷଣ ନାଥ, ଦିବାକର ହୋତା, ପୀତବାସ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ କମିଟିର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l