-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
16-May-2022
ବରଗଡ଼:-ବରଗଡ଼ ଜିଲ୍ଲା,ପାଇକମାଳ ବ୍ଲକ ଅଧୀନରେ ଯାଉଥିବା ମିଠାପାଲି ଗ୍ରାମ ପଞ୍ଚାୟତ କୁ ଲାଗି ରହିଛି ଗନ୍ଧମାର୍ଦ୍ଦନ ପର୍ବତମାଳା । ପାହାଡ଼ ପର୍ବତ ଘେରା ନିଘଞ୍ଚ ଜଙ୍ଗଲ ମଧ୍ୟରେ ଶ୍ରୀଶ୍ରୀ ଗୁପ୍ତେଶ୍ୱର ଙ୍କ ପୀଠ । ଆଜି ପବିତ୍ର ବୃଷ ସଂକ୍ରାନ୍ତି । ଏ ଅବସର ରେ ଶ୍ରୀ ଶ୍ରୀ ଗୁପ୍ତେଶ୍ଵର ବାବାଙ୍କ ଧର୍ମ ପୀଠ ଠାରେ ବାବା ଙ୍କ ପୂଜା ଅର୍ଚ୍ଚନା ସମେତ ବିଶ୍ୱ ମଙ୍ଗଳ କାମନା ରୋଗ ନିରୋଧ ସହ ନିଜ ନିଜ ର ମନସ୍କାମନା ପାଇଁ ହୋମଯଜ୍ଞ ର ଆୟୋଜନ କରାଯାଇଥିଲା । ଏହି ପୂଜାର୍ଚ୍ଚନା ହୋମ ଯଜ୍ଞ ରେ ଯଜମାନ ସୂରୁପ ଶ୍ରୀମାନ ମଧୁସୂଦନ ମେହେର କାର୍ଯ୍ୟ ତୁଲାଇଥିଲେ । ଯଜ୍ଞ ରେ ପୁରୋହିତ ଭାବେ ପଣ୍ଡିତ ପ୍ରିୟବ୍ରତ ଆର୍ଯ୍ୟ ସୁଚାରୁ ଋପେ ପରିଚାଳନା କରିଥିଲେ। ଏ କାର୍ଯ୍ୟକ୍ରମ ରେ ସର୍ବଶ୍ରୀ- ବିକ୍ରମ ସରାଫ ,ଅନ୍ତ ରାମ ,ପଲ୍ଲବ ସାହୁ ଗୌତମ ରାଉତ , ସାମ୍ବାଦିକ କୁଞ୍ଜ ବିହାରୀ ସାହୁ,ଯୋଗଦାନ ପୂର୍ବକ ବିଶ୍ଵଶାନ୍ତି ପାଇଁ ମଙ୍ଗଳ କାମନା କରିଥିଲେ