-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବା ସିଏ ପରୀକ୍ଷା ଏବେ ବଲାଙ୍ଗୀର ଜିଲ୍ଲା ରେ ହେବାକୁ ଯାଉଛି। ଏବଂ ଜିଲ୍ଲା ରେ ଏହା ପ୍ରଥମ ଥର ବୋଲି ଜଣାପଡିଛି। ଏହି ପରୀକ୍ଷା ତା ୨୧ ନଭେମ୍ବର ଠୁ ୧୪ ଡିସେମ୍ବର ପର୍ଯନ୍ତ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜେଏସ୍ ଏମ୍ କଲେଜ ର ଚେୟାରମ୍ୟାନ ସିଏ ଶ୍ରୀକାନ୍ତ ଶର୍ମା ସୂଚନା ଦେଇଛନ୍ତି। କୋଭିଟ ନିୟମ କୁ କଡାକଡି ପାଲନ କରାଯିବ ଓ ସମସ୍ତ ବ୍ଯବସ୍ଥା କରାଯାଇଥିବା ମଧ୍ୟ କୁହାଯାଇଛି। ଓ ଇନଷ୍ଟିଚ୍ୟୁଟ ଅଫ ଚାର୍ଟେଡ ଏକାଉଣ୍ଟ୍ ଅଫ ଇଣ୍ଡିଆ କୁ ବଲାଙ୍ଗୀର ଭଳି ଗୋଟିଏ ରିମୋଟ୍ ଏରିଆ ର ଜିଏସ୍ଏମ କଲେଜ ଅଫ୍ କମର୍ସ କଲେଜ କୁ ସିଏ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।