-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
08-May-2022
ପାଟଣାଗଡ଼ ( ରୁପେନ୍ଦ୍ର ମୁଣ୍ଡl) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରଖୋଲ ବ୍ଲକ ଲାଠୋର ପଞ୍ଚାୟତ ଡିଗ୍ରୀ କଲେଜ ପରିଚାଳନା କମିଟିର ନୂତନ ସଭାପତି ଭାବେ ଶିକ୍ଷାବିତ ନୀଳମାଧବ ପଣ୍ଡା ନିଯୁକ୍ତ ହୋଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଏହି ମହାବିଦ୍ୟାଳୟର ସଭାପତି ଥିବାବେଳେ ତାଙ୍କ ସ୍ଥାନରେ ଶ୍ରୀ ପଣ୍ଡା ନୂତନ ସଭାପତି ଭାବେ ନିଯୁକ୍ତି ହୋଇଛନ୍ତି । ପ୍ରକାଶ ଯେ ରାଜ୍ୟ ସରକାର ନିକଟରେ ଶିକ୍ଷାବିତମାନଙ୍କୁ ଯୁକ୍ତତିନି ମହାବିଦ୍ୟାଳୟରେ ନିଯୁକ୍ତି ଦେବାପାଇଁ ନିଷ୍ପଭି ନେଇଥିବା ବେଳେ ନୂତନ ପରିଚାଳନା କମିଟି ଗଠନ ହେବ ବୋଲି ଜଣାପଡିଛି। ନବନିଯୁକ୍ତ ସଭାପତି ଶ୍ରୀ ପଣ୍ଡା ଲାଠୋର ଗ୍ରାମର ବାସିନ୍ଦା ହୋଇଥିବା ବେଳେ ୨୦୧୯ରେ ସେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ । ଶ୍ରୀ ପଣ୍ଡା ନିଯୁକ୍ତି ପାଇବା ପରେ କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ଦାଶ ସମେତ ଅଧ୍ୟାପକ ଏବଂ କର୍ମଚାରୀ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି ।