-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
07-May-2022
ପାଟଣାଗଡ଼ ( ରୁପେନ୍ଦ୍ର ମୁଣ୍ଡା ) : ପାଟଣାଗଡ଼ ବ୍ଲକ୍ ଧୁବଲପଡା ଗ୍ରାମର ମେଶୁ ମେହେର(୭୦)ଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ସାଢେ ୩ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ମେଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମେଶୁ ବେଆଇନ ଭାବେ ଘରେ ଗଞ୍ଜେଇ ରଖିଥବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ।