-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ବୌଦ୍ଧ (ପ୍ରେରଣା ଖବର) : ଗତକାଲି ସନ୍ଧ୍ୟା 7 ଘଟିକା ସମୟରେ ଜ଼ିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଙ୍କ ମିଳିତ ଆନୁକୂଲ୍ୟ ରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ -2022 ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଟାଉନ ହଲ ଠାରେ କବି ଶ୍ରୀ ଜୟଦେବ ଙ୍କ ଫଟୋ ଚିତ୍ର ଏବଂ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ ମାଲ୍ୟ ଅର୍ପଣ ସହ କବି ଶ୍ରୀ ଜୟଦେବ ଙ୍କ ସ୍ମୃତି ଚାରଣ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ସ୍ୱୟଂ ଜଗନ୍ନାଥ କବି ଜୟଦେବ ଙ୍କ ରୂପରେ ଆସି ଅସଂପୁର୍ଣ୍ଣ ଗୀତ ଗୋବିନ୍ଦ ପଦl ବଳି କୁ ସମ୍ପୂର୍ଣ କରିଛନ୍ତି ବୋଲି ବକ୍ତବ୍ୟ ପ୍ରଦାନ କରିବା ସହ କବି ଜୟଦେବ ଙ୍କ ସ୍ମୃତି ଚାରଣ କରିଥିଲେ l ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ନୀଳ ଲୋହିତ ମହାପାତ୍ର କବି ଜୟଦେବ ଓଡ଼ିଆ ଜନ ଜୀବନ କୁ ଭାବ, ଭକ୍ତି ଓ ଜ୍ଞାନ ମାର୍ଗ ରେ ପରିଚାଳିତ କରିବାକୁ ପ୍ରେରଣା ଦେଉଛନ୍ତି ଏବଂ ଆଜିର ଦିନଟି ସକାରାତ୍ମକ ଦିନ ହେଉ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୁବ ରେଡକ୍ରସ ସମ୍ପାଦକ ତଥା ଅଧ୍ୟାପକ ଡ଼. ପ୍ରଵୀର ଦାସ ଯୋଗ ଦେଇ କବି ଜୟଦେବ ଙ୍କ ରଚିତ ଗୀତ ଗୋବିନ୍ଦ, ଦଶl ବତାର ଏବଂ ତାଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ରଖିଥିଲେ l ସାମ୍ବାଦିକ, ଇ ଟି ଭି ଭାରତ, ସତ୍ୟ. ନାରାୟଣ ପାଣି କବି ଶ୍ରୀ ଜୟଦେବ ଙ୍କ ବିଷୟରେ ନିଜ ଅଭିମତ ରଖିଥିଲେ l ବ୍ଲକ କଳା ଉପ -ସଭାପତି ସ୍ୱାଧୀନ କୁମାର ପରିଡା ଗୀତ ମାଧ୍ୟମ ରେ କବି ଶ୍ରୀ ଜୟଦେବ ଙ୍କ ସ୍ମୃତି ଚାରଣ କରିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା କବି ଶ୍ରୀ ଜୟଦେବ ଙ୍କ ସ୍ମୁତି ଚାରଣ ସହ କଳାକାର ମାନଙ୍କୁ ଉତ୍ସl ହିତ କରିଥିଲେ l ଏହି ଅବସରରେ ସଂକୀର୍ତନ ଗୁରୁ ନନ୍ଦୀ କିଶୋର ନାୟକ ଶ୍ଳୋକ ମାଧ୍ୟମ ରେ ଦିବସ ର ସୃତି ଚାରଣ ସହ ମାଝୀସାହି ସଂକୀର୍ତନ ମଣ୍ଡଳୀ, ବଗିହାପଡl ସଂକୀର୍ତନ ଏବଂ ଭଜନ ପରିବେଷଣ କରିଥିଲେ l ଏହି ଅବସରରେ ରଶ୍ମିତା ବେହେରା ଏକ ସୁନ୍ଦର ଭଜନ ପରିବେଷଣ କରିଥିଲେ l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗେଲ୍ଲା ମା କଳା ନିକେତନ ର ଗୁରୁ ଗୋପାଳ କୃଷ୍ଣ ବେହେରା ଙ୍କ ନିର୍ଦ୍ଦେଶନା ରେ ଲାଲୀ ଓ ପ୍ରୀତି ମଙ୍ଗଳ. ମୂରତି, ଜିତେନ୍ଦ୍ର ମହାନ୍ତି, ଦୁର୍ଗା ତାଣ୍ଡବ, ସିଦ୍ଧି ସ୍ୱୟଂଗୀତା ସେଠୀ. ମିତ ଚାହାଁ ଏ
ପରା ( ଓଡିଶୀ ) ନୃତ୍ୟ ପରିବେଷଣ କରିଥିଲେ l ପରେ ପରେ ସମସ୍ତ କଳାକାର ମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ପରିଚାଳନା କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସୋମେଶ ନାୟକ, ଜିଲ୍ଲା ସଂଗ୍ରହାଳୟ ର କର୍ମଚାରୀ ସ୍ୱାଧୀନ କୁମାର ପରିଡା, ସ୍ଥପତି ସୁମନ ଷଡ଼ଙ୍ଗୀ, ଏନ ଏ ସି କର୍ମଚାରୀ ମାନେ ସହଯୋଗ କରିଥିଲେ l ଶେଷରେ ସମସ୍ତ ଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଧନ୍ୟବାଦ ଅର୍ପଣ ଦେଇଥିଲେ l