-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
03-May-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
ପବିତ୍ର ଅକ୍ଷୟ ତୃତୀୟା ରେ ପଡିଛି ପୋଢ଼ ବଳି l ଆଦିବାସୀ ଙ୍କ ଭକ୍ତି ଓ ବିଶ୍ୱାସ ତଥା ଗ୍ରାମବାସୀ ଙ୍କ ସମ୍ମିଲିତ ସହଯୋଗ ରେ ଗ୍ରାମର ମଙ୍ଗଳ ଓ କୃଷି ର ଉର୍ନ୍ନତି ପାଇଁ ଗ୍ରାମର ଧରଣୀ ପୀଠ ରେ ସ୍ୱତନ୍ତ୍ର ପୂଜାର୍ଚନା ସହ ଗାଁ ଶେଷ ମୁଣ୍ଡ ରେ ପୋଢ଼ ବଳି ଦିଆଯାଇଥାଏ l ସେଭଳି ପୋଢ଼ମରା ଉତ୍ସବ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ଶିରାବାହାଲ ଗ୍ରାମରେ ଦେଖିବାକୁ ମିଳିଛି l ବିଭିନ୍ନ ଗ୍ରାମରୁ ଜାନି, ଝାଙ୍କର ମାନେ ଆସି ଏକତ୍ରିତ ହୋଇଥିଲେ l ସୋମବାର ଠାରୁ ଗାଁ ରେ ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ l ଆଦିବାସୀ ଙ୍କ ସହ ଅଣଆଦିବାସୀ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ lମଙ୍ଗଳବାର ସକାଳେ ପୋଢ଼ କୁ ଢ଼ାପ ବାଜା ତାଳେ ତାଳେ ଗ୍ରାମ ପରିକ୍ରମା କରାଗଲା ପରେ ବଳି ପୀଠ କୁ ଅଣାଯାଇଥିଲା ଓ ବଲାଙ୍ଗୀର ଜିଲ୍ଳାରୁ ଆସିଥିବା ଜାନି ଙ୍କ ଦ୍ୱାରା ବଳି ଚଢ଼ା ଯାଇଥିଲା l ଏହା ଦେଖିବା ପାଇଁ ଶତାଧିକ ଲୋକ ଉପସ୍ଥିତ ଥିଲେ ଓ ପୋଲିସ ପକ୍ଷରୁ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ଙ୍କ ନେତୃତ୍ୱ ରେ ଶାନ୍ତି ଶୃଙ୍ଖଳା ପାଇଁ ସଦଳବଳେ ମୃତୟନ ଥିଲେ l