-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
27-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ଏକ୍ସପ୍ରେସ ନ୍ୟୁଜ: ଅନେକ ସମୟରେ କଣ୍ଟାବାଞ୍ଜି ରେ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ଅନେକ ଜନ୍ ହିତକର କାର୍ଯ୍ୟ କରିଆସୁଛନ୍ତି। ଜନ୍ ମଙ୍ଗଳ କାର୍ଯ୍ୟ ରେ ମାରୱାଡ଼ି ଯୁବା ମଞ୍ଚ ସବୁବେଳେ ଆଗରେ । ଆଜି କଣ୍ଟାବାଞ୍ଜି ସ୍ଥିତ ହରିଭାବନ୍ ଠାରେ ୩ ଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ର ଆୟୋଜନ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ତରଫରୁ କରାଯାଇଛି । ଏହି ଶିବିର ୨୭,୨୮,୨୯ ତାରିଖ ଯାଏ ଚାଲିବ । ଏହି ଶିବିର ରେ ଆସିଥିବା ସମସ୍ତ ରୋଗୀ ଏବଂ ତାଙ୍କ ସହିତ ଥିବା ଜଣେ ସହ ଯୋଗୀ ଙ୍କ ପାଇଁ ରହିବା ଏବଂ ଖାଇବା ର ସମସ୍ତ ବ୍ୟବସ୍ଥା
ମାରୱାଡ଼ି ଯୁବା ମଞ୍ଚ ତରଫରୁ ସୁବିଧା କରାଯାଇଛି । ଏହି ଶିବିର ଉଦଘାଟନ କରିଥିଲେ ଟିଟଲାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଜୈନ, , ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ବରୀୟାମ ସିଂ ସାଲୁଜା , ଏବଂ ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ରାଜ୍ୟ ସଂଯୋଜକ ଆଶିଷ ଖେତାନ, ମନୀଷ ଜୈନ, ସଭାପତି ଅନୁପ ଜୈନ, ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି ସୁରେଶ ଆର୍ୟ୍ଯ,ସମ୍ପାଦକ ପୀୟୂଷ ଜିନ୍ଦଲ ମଂଚ ରେ ଉପସ୍ଥିତ ଥିଲେ, ମଂଚ ପରିଚାଳନା ସୁମିତ ଜୈନ କରିଥିଲେ, ଏହି ଅଵସର ରେ ସାମ୍ୱାଦିକ ମାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହା ସହ ବିକାଶ ଶାଖା ର , ଆନଦ ମୋଟେ , ମୟଙ୍କ ଜୈନ, ବଜରଙ୍ଗ ଜିନ୍ଦଲ,ଅରିହନ୍ତ ଜୈନ, ଅଜୟ ଅଗ୍ରୱାଲ, ଅରୁଣ ଆର୍ୟ, ସଞ୍ଜୟ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନ ରେ 62 ଜଣ ଙ୍କ ଚିହିଁତ କରା ଯାଇଥିଲା, ଏହି ଅବସରରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ନବ କିଶୋର ସାହୁ ଯୋଗ ଦେଇଥିଲେ