-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
26-Apr-2022
ନାକଟିଦେଉଳ (କନ୍ଦର୍ପ ବେହେରା)/ ସରକାର ଗ୍ରାମାଂଚଳରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବା ପାଇଁ ବସୁନ୍ଧରା ଯୋଜନାରେ ଓଭର୍ ହେଡ୍ ପାଣି ଟାଙ୍କି ତିଆରି କରି ସେଥିରୁ ଲୋକମାନଙ୍କୁ ପାଣିଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ା ହେଲେ ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ ମାନଙ୍କର ଉଦାସିନତା ତଥା ମନମୁଖି କାର୍ଯ୍ୟଯୋଗୁଁ ଗ୍ରାମାଂଚଳରେ ଲୋକମାନେ ପାଣି ମୁନ୍ଦାଏ ପାଇବାରୁ ବଂଚିତ ହେଉଛନ୍ତି ା
ସେମିତି ଏକ ଗାଁ ରହିଛି ଯାହାକି ପାଣି ଟାଙ୍କି ଥାଇବି ଲୋକମାନେ ମୁନ୍ଦାଏ ବି ପାଣି ପାଇବାରୁ ବଂଚିତ ହେଉଛନ୍ତି ା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ସରକାରଙ୍କ ବସୁନ୍ଧରା ଯୋଜନାରେ ନିକଟସ୍ଥ ହାଟପଦା ଠାରେ ଏକ ଓଭର୍ ହେଡ଼୍ ଟାଙ୍କି ବିଗତ ୪ ବର୍ଷ ହେଲା ତିଆରି ହୋଇରହିଛି ା ୪ ବର୍ଷ ହେଲା ଟାଙ୍କିକୁ ପାଣି ଉଠା ଯାଇ ଲୋକମାନଙ୍କ ପାଖରେ ପହଂଚି ପାରିଲା ନାହିଁ ା ବିଶ୍ବସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି ଯେ ଓଭର ହେଡ଼୍ ଟାଙ୍କି କୁ ପାଣି ଉଠାଗଲେ ଟାଙ୍କିଟି ଭୁଶୁଡ଼ି ଯିବାର ସଂଭାବନା ଥିବାରୁ ବିଭାଗର ସଂପ୍ରୁକ୍ତ ଜେ.ଇ ପାଣି ଚଢ଼ାଉ ନାହାନ୍ତି ା ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ଓଭର ହେଡ ଟାଙ୍କି ସରକାରଙ୍କ ବସୁନ୍ଧରା ଯୋଜନାରେ ତିଆରି ହୋଇଛି ା ଡଇଁଚା ଗ୍ରାମର ତାଟକା ପଶି ା,ଉପରସାହି ,ପଧାନସାହି ଆଦିରେ ଆବଶ୍ୟକ କୂପ ନ ଥିବାରୁ ଲୋକମାନେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି ା ମୋଟର ସରୁ ପାଇପ୍ ସାହାଯ୍ୟରେ ଯାହା ବି ପାଣି ଆସୁଚି ଅଧ ବାଟରେ କେତେ ଜଣ ବ୍ୟକ୍ତି ଟୁଲୁ ମୋଟର ଲଗାଇ ପାଣି ଟାଣି ନେଉଥିବାର ଅଭିଯୋଗ ହେଉଛି ା ମାତ୍ର ୪ରୁ ୫ ଘର ପାଣି ପାଉଛନ୍ତି ା ବାକି ଲୋକ ପାଣି ଚୋରି ହେଉଥିବାରୁ ପାଇପାରୁ ନାହାନ୍ତି ା କେତେଜଣ ଗ୍ରାହକ ମନଇଛା ବଡ ବଡ ହୋଲ୍ କରି ପାଇପ୍ ସଂଯୋଗ କରି ପାଣି ନେଉଥିବାରୁ ସବୁ ଆଡ଼େ ପାଣି ପହଂଚି ପାରୁନାହିଁ ା ଏପରିକି କୂପରେ ପାଇପ୍ ଦ୍ବାରା ପାଣି ପକାଯାଉଛି ା ଏ ପାଣି ଚୋରୀ ସଂପର୍କରେ ବିଭାଗୀୟ ଅଧିକାରୀ କିଛି ମୋଟା ଅଙ୍କର ଫାଇଦା ପାଇ ନିରବ ଦ୍ରଷ୍ଟା ସାଜିଛନ୍ତି ା ଶିଘ୍ର ଏହାର ସମାଧାନ କରିବାକୁ ଦାବି ହେଉଛି ା