-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
26-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ସ୍କୁଲକୁ ଆଡ ମିଟ କାର୍ଡ ନେଇ ଯାଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ଠାରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବର୍ତମାନ ଛାତ୍ରୀ ଜଣକ ବିନିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ପ୍ରାପ୍ତ ଖବରରୁ ପ୍ରକାଶ ଯେ ଆଜି ସକାଳେ ବିନିକା ଥାନା ଅନ୍ତର୍ଗତ ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗ୍ରାମର ସ୍ୱାଗତିକା ବାଘ ନାମ୍ନୀ ଜଣେ ଛାତ୍ରୀ ଆଡ ମିଟ କାର୍ଡ ପାଇଁ ସ୍କୁଲକୁ ନେଇ ଯାଉଥିବା ବେଳେ ସେହି ସମୟରେ ତାଙ୍କ କାକାଙ୍କୁ କେତେକ ବ୍ୟକ୍ତି ପୂର୍ବ ଶତ୍ରୁତା କୁ ନେଇ ମାଡ଼ ପିଟ କରୁଥିଲେ ।ଏହା ଦେଖି ଛାତ୍ରୀ
ଜଣକ ସହି ନପାରି କାକା କୁ ବଞ୍ଚାଇବାକୁ ଯାଇଥିବା ବେଳେ ମରଣାତ୍ମକ ଆକ୍ରମଣ ଶିକାର ହୋଇ ଥିଲେ ।ପରେ ପରିବାର ଲୋକେ ତୁରନ୍ତ ଏକ ବାଇକ ଯୋଗେ ବିନିକା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣି ଭର୍ତି କରିଥିଲେ ।ଘଟଣା ପ୍ରଘଟ ପରେ ଅଞ୍ଚଳ ବାସୀଙ୍କ ଠାରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।ଝିଅର ବାପା ବିନିକା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।ବର୍ତମାନ ଆକ୍ରମଣର ଶିକାର ଝିଅର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।