-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
19-Nov-2020
କଣ୍ଟାବାଞ୍ଜି, (ପ୍ରେରଣା ଖବର) - ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ର ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି'ଖ' କେନ୍ଦ୍ରରେ ପ୍ରାକ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ସଭାରେ ସମାଜସେବୀ ଥମିର ଛତ୍ରିଆ ମୁଖ୍ୟ ଅତିଥି, ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା,ସଙ୍ଗୀତା ବଏ,ଅଙ୍ଗନବାଡି କର୍ମୀ, ଈନ୍ଦୁମତୀ ମାଝୀ ଓ ବନୀତା ମାଝୀ, ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ଉପସ୍ଥିତ ଥିଲେ।ମୁଖ୍ୟ ବକ୍ତା ଶ୍ରୀ ଦାଶ ଶିଶୁର ଯତ୍ନ ଓ ତାହାର ଶିକ୍ଷା ଉପରେ ଆଲୋକପାତ କରିଥିଲେ।ବର୍ତ୍ତମାନ କରୋନା ପରିସ୍ଥିତିରେ ଶିଶୁ ର ଯତ୍ନ ସତର୍କତା ର ସହିତ ନେବାକୁ ପରାମର୍ଶ ଦେଇଥିଲେ ଏବଂ ବର୍ତ୍ତମାନ କରୋନା ପରିସ୍ଥିତି ସାଂଘାତିକ ହୋଇପଡିଛି ଏଣୁ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାବୁନରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅଭିଭାବକ, ମାଆ,ବାପା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।