-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅଧିନସ୍ଥ ଲଖମରା ଯୁକ୍ତ-୨ ମହାବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ବିଶାଳ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଙ୍କ କରକମଳରେ ଉଦଘାଟିତ ସ୍ୱାସ୍ଥ୍ୟ ମେଳାରେ ଶତାଧିକ ରୋଗୀ ଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।ଏହି ମେଗା ସ୍ବାସ୍ଥ୍ୟମେଳାକୁ ସମ୍ବୋଧିତ ସକାଶେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଉପାଞ୍ଜଳୀ ମାଝୀ, ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୈାମ୍ୟରଞ୍ଜନ ଦାଶ, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକ ରାଜେଶ ମହାପାତ୍ର, ଯକ୍ଷ୍ମା ଜିଲ୍ଲା ପରିଚାଳକ ଶୋଭନ କର, ଜିଲ୍ଲାପରିଷଦ ସଭ୍ୟା ବାସନ୍ତୀ ବାଲମ,ଲଖମରା ଗ୍ରାମପଞ୍ଚାୟତ ସରପଞ୍ଚ ସୁବାଷ ଝଗରା, ସମିତି ସଭ୍ୟା ଶିବାନୀ ଲୁହାର,ସାଂସଦ ପ୍ରତିନିଧି ବଳରାମ ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଷୀ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଅଧ୍ୟକ୍ଷା ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ମେଗା ସ୍ବାସ୍ଥ୍ୟମେଳା ମେଳା ଅନ୍ୟତମ । ଗ୍ରାମାଞ୍ଚଳ ରେ ବସବାସ କରୁଥିବା ସର୍ବସାଧାରଣ ଙ୍କ ପାଇଁ ଏହି କାର୍ଯ୍ୟକ୍ରମ ମାନ ସମସ୍ତ ଜିଲ୍ଲା ତଥା ବ୍ଳକ ମାନଙ୍କରେ ଅନୁଷ୍ଠିତ ହେଉଛି ଏହାର ଭରପୁର ଲାଭ ସର୍ବସାଧାରଣ ଉଠାଇବାକୁ ଅନୁରୋଧ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ଲଖମରା କଲେଜ ର ଅଧ୍ୟକ୍ଷ ବିଜୟ କୁମାର ମିଶ୍ର,ଶେଷରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକ ଧନ୍ୟବାଦ ଅର୍ପଣ ପରେ ମେଗା ଶିବିର ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଫଳ କରିବାରେ ପାଇକମାଳ ବ୍ଳକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନା,ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷକୁମାର ଚନ୍ଦ୍ରକାର, ବ୍ଳକ କାର୍ଯ୍ୟକ୍ରମ ପରିଚାଳକ ରେବତୀ ମୋହନ ଜେନା,ସମାଜ ମଙ୍ଗଳ ଅଧିକାରୀ ସୁନିଲ ଭୁଏ ଙ୍କ ଅବଦାନ ଅତୁଳନୀୟ । ବିଶେଷଜ୍ଞ ଭାବେ ଡାକ୍ତର ଗୀତାପିୟୁଷ ମିଶ୍ର, ଶୁଭେନ୍ଦୁ ମେହେର,ଦୀପକ କୁମାର ରୋଗୀ ସେବାକାର୍ଯ୍ୟ ରେ ନିୟୋଜିତ ଥିବାବେଳେ, ଡାକ୍ତର ଅତିଶ କୁମାର ପୁଞ୍ଜି, ଡାକ୍ତର ସିଦ୍ଧାର୍ଥ ତ୍ରିପାଠୀ, ଡାକ୍ତର ରାଜେଶ ସାହୁ, ଡାକ୍ତର ସୁଦୀପ୍ତ ସାହୁ, ଡାକ୍ତର କୋଶଲ ନାଏକ, ଡାକ୍ତର ଭାରତୀ ଗିରି, ଡାକ୍ତର ପ୍ରିୟଙ୍କା ଜାଲ ରୋଗୀ ପରୀକ୍ଷା ରେ ଲାଗିପଡିଥିବା ଦେଖାଯାଇଥିଲା । ସ୍ୱାସ୍ଥ୍ୟ ବାର୍ତ୍ତା ପାଇଁ ପୁଷ୍ଟି ଶିକ୍ଷା ପାଇଁ ଷ୍ଟଲ, ଆଧାର କାର୍ଡ, ସ୍ୱାସ୍ଥ୍ୟ ଆଇଡି କାର୍ଡ ପାଇଁ ଷ୍ଟଲ ଆଦି ବିଭିନ୍ନ ଷ୍ଟଲ ମାନ ଖୋଲା ଯାଇଥିଲା ।ରୋଗୀ ଙ୍କ ସେବାପାଇଁ ଉଦ୍ଧିଷ୍ଟ ମାଗଣା ରକ୍ତ ମଳମୁତ୍ର ପରୀକ୍ଷା ଗାର, ଏନସିଡି ପାଇଁ ପରୀକ୍ଷା ତଥା ମାଗଣା ଓୈାଷଧ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯୋଗ ଓ ପ୍ରାଣାୟାମ ମଧ୍ୟ ଶିକ୍ଷାଦାନ ହୋଇଥିଲା ।ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିବାବେଳେ ସମୁଦାୟ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ବ୍ଳକ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ, ସମାଜ ମଙ୍ଗଳ ବିଭାଗ, ସମ୍ମନ୍ନିତ ଶିଶୁ ବିକାଶ ବିଭାଗ ର କର୍ମଚାରୀ ତଥା ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ସେବା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ବିଶେଷ ସହଯୋଗ ରେ ସୁଫଳ ଋପାୟନ ରେ ପହଞ୍ଚି ପାରିଥିଲା । ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଉପାଞ୍ଜଳୀ ମାଝୀଙ୍କ ଆୟୋଜିତ ମେଗା ସ୍ବାସ୍ଥ୍ୟମେଳା ଅବସରରେ ଆସିଥିବା ରୋଗୀ ମାନେ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ ଙ୍କ ପାଇଁ ଖାଦ୍ୟପେୟ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।