-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
08-Apr-2022
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଦ୍ୟ ତା୦୮.୦୪.୨୦୨୨ରିଖ ଦିବସ ରେ ଆମ୍ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି ।ଉକ୍ତ ପ୍ରଶିକ୍ଷଣ ଶିବିର ତା ୨୮.୦୩.୨୦୨୨ରିଖ ରୁ ଆରମ୍ଭ ହୋଇ ତା ୦୬.୦୪.୨୨ ରେ ସମାପନ ହୋଇଥିଲା । ପ୍ରଶିକ୍ଷଣ ଶିବିର ରେ ୧୦୬ ଜଣ କଲେଜ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ପ୍ରଶିକ୍ଷିକା ଅର୍ପିତା ପ୍ରଧାନ ଅଂଶଗ୍ରହଣ କରି ଥିବା ସମସ୍ତ ଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରିଥିଲେ । ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀମାନ ବିଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜଗଦଲପୁର ଥାନା ଆଇ.ଆଇ.ସି ଶ୍ରୀମତୀ ସୁଷମା କୁଅଁର ଯୋଗଦାନ କରି ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ନିଜ ହସ୍ତରେ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଇଂରାଜୀ ଅଧ୍ୟାପକ ଶ୍ରୀମାନ ଶରତ କୁମାର ପ୍ରଧାନ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।