-+91-9937148622 |

prerana_bgr@rediffmail.com |

  Thursday 27th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||      ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||     

HOME   ଜିଲ୍ଲା

ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ କଲସ ଯାତ୍ରା

08-Apr-2022



ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ)-ପଦ୍ମପୁର ଉପଖଣ୍ଡ ଟାଲ ଠାରେ ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ବଢେଇଙ୍କ ପ୍ରଚେଷ୍ଟାରେ ନିର୍ମିତ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ସନ୍ଧ୍ୟାରେ କଲସ ଯାତ୍ରା ସହ ଆରମ୍ଭ ହୋଇଯାଇଛି। ଅଚ୍ୟୁତାନନ୍ଦ ହୋତା, ବିଜୟ କୁମାର ହୋତା, ଦଧିବାବନ ମିଶ୍ର, ଶଶିଭୂଷଣ ମିଶ୍ର, ହିମାଂଶୁ ପଣ୍ଡା, ସଚିପତି ହୋତା, ଦଶରଥ ହୋତା ପ୍ରମୁଖ ପଣ୍ଡିତଙ୍କ ମନ୍ତ୍ରଚାରଣରେ ଟାଲ, ଜ୍ଞାନ, ମେଲଛାମୁଣ୍ଡା, ସର୍ଗିବାହାଲ ଆଦି ପଞ୍ଚାୟତ ର ଶତାଧିକ ମହିଳାଙ୍କ ଦ୍ବାରା ୫୦୧ ପୂର୍ଣ୍ଣ କଳସ ନିକଟସ୍ଥ ବଡବନ୍ଧରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମଣ୍ଡପରେ ସ୍ଥାପନା କଲାପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜା କାର୍ଯ୍ୟରେ ମହେନ୍ଦ୍ର ବଢେଇ ଓ ତାଙ୍କ ପତ୍ନୀ ମଞ୍ଜୁଲତା ବଢେଇ ମୂଖ୍ୟ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ଉମେଶ ବଢେଇ ଓ ଆନୁସୟା ବଢେଇ, ସହଦେବ ବିଶ୍ବାଲ ଓ ଅହଲ୍ୟା ବିଶ୍ବାଲ, ରଞ୍ଜିତ ଭୋଇ ଓ ଲୋଚନା ଭୋଇ, ଶିବ ସାହୁ ଓ ବିମଲା ସାହୁ, ଦିନମଣି ବିଶ୍ବାଲ ଓ ଅରୁଣା ବିଶ୍ବାଳ, ଡୋଲାମଣୀ ପଧାନ ଓ ପଦ୍ମିନୀ ପଧାନ ପ୍ରମୁଖ ସହଯୋଗୀ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି। କଲସ ଶୋଭାଯାତ୍ରାରେ ରେଙ୍ଗାଲିର ଘଣ୍ଟବାଦ୍ୟ, ବ୍ରହ୍ମପୁର ର ବ୍ୟାଣ୍ଡ, ଝରର ଆଦିବାସୀ ନୃତ୍ୟ, ତେଲମହୁଲ ର ଦୁଲଦୁଲି, ଗଞ୍ଜାଗୁଡାର କଲଙ୍ଗିନାଚ, ବ୍ରହ୍ମପୁର ର ଶଂଖ ଓ ଟାଲର ସଂକିର୍ତ୍ତନ ଦଳ ପ୍ରମୁଖ ସାମିଲ ହୋଇଥିଲେ। କଲସ ଶୋଭାଯାତ୍ରାକୁ ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ଦୀପ କଳସ ଦେଇ ସ୍ବାଗତ କରାଯାଇଥିଲା। ପ୍ରତିଷ୍ଠା ଉତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡପକୁ ଗ୍ରାମର ୧୦୩ ବର୍ଷରେ ପଦାର୍ପଣ କରିଥିବା ଶତାୟୁ ପୁରୁଷ ଶ୍ରୀନିବାସ ପଣ୍ଡାଙ୍କ ଦ୍ଵାରା ଶୁଭ ଉଦଘାଟନ କରାଯାଇଥିବାବେଳେ କଂସ ଦରବାରକୁ ପରିଚାଳନା କମିଟି ସଭାପତି ଚନ୍ଦ୍ରମଣି ସାହୁ ଉଦଘାଟନ କରିଥିଲେ। ପୂଜା କମିଟି ତରଫରୁ ଭକ୍ତମାନଙ୍କ ପାଇଁ ଅନ୍ନଛତ୍ର ସହ କଂସ ଦରବାର, ସଂଗୀତ ସନ୍ଧ୍ୟା, ମିନାବଜାର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି । ଉତ୍ସବଟି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ। ଟାଲ ତଥା ଆଖପାଖ ଅଂଚଳର ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   26-Aug-2026
  ଜିଲ୍ଲା  
ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   26-Aug-2026
  ଜିଲ୍ଲା  
କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   26-Aug-2026
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   26-Aug-2026
  ଜିଲ୍ଲା  
ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ   26-Aug-2026
  ଜିଲ୍ଲା  
*ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   26-Aug-2026
  ଜିଲ୍ଲା  
ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   26-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   26-Aug-2026
  ଜିଲ୍ଲା  
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା   26-Aug-2026
  ଜିଲ୍ଲା  
ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    26-Aug-2026
  ଜିଲ୍ଲା  
ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   26-Aug-2026

You Might Also Like