-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ବଲାଙ୍ଗିର,(ପ୍ରେରଣା ଖବର)-ଆଗାଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ନଅଗାଁ (ଖ) ଠାରେ ହୋଇଯାଇଅଛି । ଆୟୁଷ୍ମାନ ନାଏକ, ଅମରେଶ ପଟେଲ ପ୍ରତିଭା ପାଇକ ଚନ୍ଦନ, ରିତିକ ରୋଶନ ପଟେଲ, ସ୍ୱେତାରାଣୀ ଭୋଇ, ଲିପୁନ ସାହୁ ଏହି ଛଅ ଜଣ ଜିଲ୍ଲା ସ୍ତରୀୟ କୁ ମନୋନିତ ହୋଇଛନ୍ତି ।
ଉକ୍ତ ବିଜ୍ଞାନ ମେଳା ଆରମ୍ଭରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ବୃନ୍ଦାବନ ସେଠ ଆଜିର ବିଜ୍ଞାନ ମେଳାକୁ ଉଦ୍ଘାଟନ କରି ପତାକା ଉତ୍ତୋଳନ କଲେ ।
ପରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା ବେହେରା, ଏବିଇଓ ପ୍ରଭାତ ପାତ୍ର, ମୁଖ୍ୟ ବକ୍ତା ପୂର୍ବତନ ବିଜ୍ଞାନ ନିରୀକ୍ଷକ ନିଳମଣି ପଟେଲ, ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଭାଗବତିଆ ସାହୁ, କନଭେନର ବାଳକୃଷ୍ଣ ମହାନନ୍ଦ, ବିଚାରକଦ୍ୟ ଶିବ ପ୍ରସାଦ ତ୍ରିପାଠୀ, ଡୋଳାମଣି ସାହୁ, ଆଦି ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ତାରାକାନ୍ତ ମିଶ୍ର ସଂଯୋଜନା କରିଥିଲେ । ମୋଟ ୮୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।