-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ବିଶ୍ବ ରଞ୍ଜନ ପତି ଙ୍କ ସଭାପତିତ୍ଵରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି l ଉକ୍ତ ସଭାରେ ସ୍ୱଚ୍ଛ ଭାରତ ସଂଗଠନ (ସୋନପୁର/ମନୁମୁଣ୍ଡା ) ର ବରିଷ୍ଠ ସଦସ୍ୟ ସୟଦ ଅଲିମୁଲ ଇସଲାମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡା. ରମେଶ ଚନ୍ଦ୍ର ସ୍ଵାଇଁ DPHO ତଥା ADPHO (FW) ଡା. ଫଦ୍ମହନ୍ସା ଦୋରା, ADPHO (TB/LEP), ଡା. ପ୍ରକାଶ ଦଣ୍ଡସେନା, MO IC PPC, ଡା.ସଂଜୀବ କୁମାର କର DPM
DBCS ମଞ୍ଚାସିନ ଥିଲେ। ବିଶ୍ୱ ସ୍ଵାସ୍ଥ୍ୟ ଦିବସ 2022 ର theme "Our planet our Health" ଉପରେ ଗୁରୁତ୍ଵାରୋପ କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ବିଶ୍ବ କୁ କିପରି ସୁସ୍ଥ ରଖି ପାରିବା ତଥା ଆମର ପଞ୍ଛଭୁତ କୁ କିପରି ଶୁଦ୍ଧ ଓ ସୁସ୍ଥ ରଖି ପାରିବା ସେ ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉପରେ ସମସ୍ତ ଅତିଥି ମତ ବ୍ୟକ୍ତ କରିଥିଲେ।ଏହା ସହିତ ଶ୍ରୀ ଯୋଗ ଗୁରୁ ତଥା ମୋନଜ କୁମାର୍ ପଣ୍ଡା, ଜିଏ କି 37 ଥର ରକ୍ତ ଦାନ କରି ସାରିଛନ୍ତି,, କୁଷ୍ଠ ରୋଗୀ ଙ୍କ ଦୁଃଖ ସୁଖ ରେ ସାମିଲ ଥିବା ଆଜୀବନ ସଦସ୍ୟ ଶ୍ରୀ ବୃନ୍ଦାବନ ରଥ ଓ ସାମ୍ବାଦିକ ତଥା ସ୍ୱଚ୍ଛ ଭାରତ ସଂଯୋଜକ ମନୋରଞ୍ଜନ ତ୍ରିପାଠି ନିଜ ନିଜର ଅନୁଭୂତି ପ୍ରକାଶ କରି ସଭାକୁ ସ୍ତମ୍ଭିତ କରି ଦେଇଥିଲେ। ଶେଷରେ ସଭାର ସଭାପତି ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ବିଶ୍ବ ରଞ୍ଜନ ପତି ଗୋଟିଏ ସୁସ୍ଥ ବିଶ୍ୱ ପାଇଁ ବ୍ୟକ୍ତି ଠାରୁ ହିଁ ଅଭ୍ୟାସ ଆରମ୍ଭ କରିବାକୁ ଓ ନିଜ ସ୍ୱାସ୍ଥ୍ୟ ଓ ସୁଖ ସହିତ ଆମେ ସାରା ବିଶ୍ୱ ପାଇଁ ମଧ୍ୟ ଚିନ୍ତା କରିବା ଜରୁରୀ ତାହେଲେ ଯାଇ ସୁଖ ଚିର ସ୍ଥାୟୀ ହେବ ବୋଲି କହିଥିଲେ l ଏବଂ ମହାମାରୀ ହେଲେ ବି କରୋନା ଆମ ସ୍ୱାସ୍ଥ୍ୟ ପ୍ରତି ଖୁବ ସଚେତନ କରିଛି ବୋଲି ପ୍ରେରଣା ଦେଇଥିଲେ। ଏହି ଉପଲକ୍ଷେ ଏକ poster campaign ଓ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ମନୋଜ ପଣ୍ଡା ଆଜି ର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ଏକ ରୋଗୀ କୁ ରକ୍ତ ଦାନ କରି ଯୁବ ପିଢୀ ଙ୍କୁ ସଚେତନ କରିଛନ୍ତି l ସଭା କୁ ଏ ଡି ପି ଏଚ ଓ ଅକ୍ରୁର କୁମାର ହୋତା ପରିଚାଳନା କରି ଆମ ସଦ ଭାବନା ଓ ଚିନ୍ତାଧାରା ସାରା ବିଶ୍ୱ କୁ ଓ ଭଗବାନ ଙ୍କୁ ପହଂଚି ଥାଏ ବୋଲି ମତ ରଖି ଜ୍ଞାନ ଠାରୁ ଅଭ୍ୟାସ ଅଧିକ ଜରୁରୀ ଓ ଶାରୀରିକ ସହ ମାନସିକ, ଆଧ୍ୟାତ୍ମିକ, ସାମାଜିକ ସ୍ତର ରେ ଆମେ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହେବ ବୋଲି କହିଥିଲେ l ଏବଂ ଉଲ୍ଲେଖନୀୟ ସେବା ପାଇଁ ସଭାରେ ସମାଜସେଵୀ ତଥା
ଦରଦୀ ମଣିଷ ମନୋଜ ପଣ୍ଡା ଓ କୁଷ୍ଠ ସାଥି ବୃନ୍ଦାବନ ରଥ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଊଚ୍ଚ ସିତ ପ୍ରଶଂସା କରାଯାଇଥିଲା l ସଭାରେ ସ୍ୱଚ୍ଛ ଭାରତ ର ସମସ୍ତ ସଭ୍ୟ, ମେଡିକାଲ ସେବିକା ଯୋଗ ଦେଇଥିବା ବେଳେ NCD consoltant ଗୀତାରାଣୀ ମେହେର, DEO ନାରାୟଣ ରଥ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ମେଡିକାଲ ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।