-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ଭୁବନେଶ୍ୱର(ଅମୃତ ନନ୍ଦ) :ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜୀତା ଅନୁ’ । ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି । ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜୀତା ଅନୁ’ର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କମ୍ ଦିନ ମଧ୍ୟରେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ମେଗା ଧାରାବାହିକ ।
ସୋମବାର ରୁ ଶନିବାର ରାତି ୮ଟାରେ ଜୀ ସାର୍ଥକରେ ମେଗା ଧାରାବାହିକ ‘ସର୍ବଜୀତା ଅନୁ’ ପ୍ରସାରିତ ହେଉଛି । ମାତ୍ର କମ୍ ଦିନରେ ଦର୍ଶକଙ୍କ ଆଦୃତି ଲାଭ କରିଥିବା ‘ସର୍ବଜୀତା ଅନୁ’ କୁ ଦର୍ଶକ ଆଗକୁ ଆହୁରି ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
ଅମୃତ ନନ୍ଦ)