-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ,ରାଜ୍ୟ ପରିବହନ ପ୍ରାଧିକରଣ ଓ ସ୍ବେଛାସେବୀ ସଂଗଠନ ମୁସକାନ ପକ୍ଷରୁ ପୋଲିସ ସେବା ଭବନ ରେ ସଡ଼କ ଦୁର୍ଘଟଣା ର କାରଣ ଅନୁସନ୍ଧାନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ କାର୍ଯ୍ୟକ୍ରମ କୁ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ କରିଥିଲେ l ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ଶ୍ରୀଯୁକ୍ତ ରବିନ ପଟ୍ଟନାୟକ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ବାଣିଜ୍ୟ ଓ ପରିବହନ ବିଭାଗ ର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପୋଲିସ କମି ଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ କମିସନର ଅରୁଣ ବୋଥ୍ରା ପ୍ରମୁଖ ଯୋଗ ଦେଇଥିଲେ l ଏକ ମାତ୍ର ଜିଲ୍ଲା ଵା ନମ୍ବର ୱାନ ଜ଼ିଲ୍ଲା ଭାବରେ ସୁବର୍ଣ୍ଣପୁର ଜ଼ିଲ୍ଲା ପରିବହନ ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ଏହି ସମାରୋହ ରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି l ଦୁର୍ଘଟଣା ର କାରଣ ବୁଝିବା କୁ ସଡ଼କ ସୁରକ୍ଷା ତଥ୍ୟ ବିଶ୍ଳେଷଣ କରିବାକୁ ସଚେତନତା ସଭା ଓ ପ୍ରଶିକ୍ଷଣ ମାଧ୍ୟମରେ ଦୁର୍ଘଟଣା ରୋକିବା କୁ ଆହୁରି ପ୍ରୟାସ ଜାରି ରଖିବା କୁ ଶ୍ରୀ ପଟ୍ଟନାୟକ ଙ୍କୁ ପରିବହନ ବିଭାଗ ର ଊଚ୍ଚ ପଦସ୍ଥ
ଅଧିକାରୀ ଓ ମନ୍ତ୍ରୀ ପରାମର୍ଶ କରିଛନ୍ତି l ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଙ୍କୁ ଏବେ ଚାରି ଆଡୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ବେଳେ ଶ୍ରୀ ପଟ୍ଟନାୟକ କିନ୍ତୁ ବିଭାଗୀୟ କର୍ମଚାରୀ, ଜ଼ିଲ୍ଲା ଓ ପୋଲିସ ପ୍ରଶାସନ, ଜ଼ିଲ୍ଲା ର ସାମାଜିକ ଅନୁଷ୍ଠାନ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଏନ ସି ସି କ୍ୟାଡେଟ, ଡ୍ରାଇଭର ସଂଘ, ବୁଦ୍ଧିଜୀବୀ, ଓ ଗଣ ମାଧ୍ୟମ ପ୍ରତିନିଧି ଏ ସଫଳତା ର ଶ୍ରେୟ ବୋଲି ମତ ରଖି ଆଗକୁ ସମସ୍ତ ସହଯୋଗ କାମନା କରିଛନ୍ତି l ପ୍ରକାଶ ଯୋଗ୍ୟଯେ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଶ୍ରୀ ପଟ୍ଟନାୟକ ସଡ଼କ ସୁରକ୍ଷା କ୍ଷେତ୍ରରେ ସେ ସୁବର୍ଣ୍ଣପୁର ସହରରେ ନେଇଥିବା କିଛି ନୂତନ ପଦକ୍ଷେପ ସମଗ୍ର ରାଜ୍ୟରେ ଖୁବ ପ୍ରଶଂସନୀୟ ହୋଇପାରିଛି।