-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ହାଇସ୍କୁଲ ଠାରେ ଆଜି ବିନିକା ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ସ୍କୁଲର ସର୍ବମୋଟ ୭୪ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା ।ସେଥିରୁ ବ୍ଳକ ଅଞ୍ଚଳର ୧୦ଟି ଓ ଏନଏସି ଅଞ୍ଚଳର ୭ଟି ଏହିପରି ସର୍ବମୋଟ ୧୭ଗୋଟି ପ୍ରକଳ୍ପ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ଉନ୍ନୀତ ହୋଇଥିବା ଜଣାପଡିଛି ।ବିଜ୍ଞାନ ମେଳାକୁ ବିନିକା ବିଇଓ ଶଶିଭୂଷଣ ସେଠୀ ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ ସମାରୋହରେ ଶଙ୍କରା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାୟକ,ଅବସରପ୍ରାପ୍ତ ଶିକ୍ଷକ ଶଶିଭୂଷଣ ଶତପଥୀ,ସରପଞ୍ଚ ଅଶୋକ ପୃଷ୍ଟି ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜଉଁରାଭଉଁରା ସ୍କୁଲର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପୁରୋହିତ,ବିନିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ନୀଳାଚଳ ମେହେର,କାର୍ଯ୍ୟକ୍ରମର ଆୟୋଜକ ତଥା ଶଙ୍କରା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶିଲ କୁମାର ପଣ୍ଡା ଉପସ୍ଥିତ ଥିଲେ ।