-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ପଦ୍ମପୁର:-ଆଜି ପାଇକମାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ଶ୍ରୀ ଶ୍ରୀ ନୃସିଂହନାଥ ଧାମ ଠାରେ ଅବସ୍ଥିତ ବିନ୍ଧ୍ୟବାସିନୀ ଧର୍ମଶାଳା ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୁବନେତା ଭୋଜରାଜ ସିଂ ବରିହା ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଜୁ ଜନତା ଦଳ ପାଇକମାଲ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ , ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ , ପଦ୍ମପୁର ପୌରାଞ୍ଚଳ ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ପଦ୍ମପୁର ପୌରାଞ୍ଚଳ ସଭାପତି ପ୍ରିତମ ମେହେର , ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଜୋନ ନଂ ୩ ଜିଲ୍ଲାପରିଷଦ ସଭ୍ୟା ବାସନ୍ତୀ ବାଲମ, ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇଥିଲେ । ଦଳର ସମସ୍ତ ବରିଷ୍ଠ କର୍ମୀ ଙ୍କ ଉପସ୍ଥିତି ରେ ସମସ୍ତ ପଞ୍ଚାୟତ ର ନବ ନିର୍ବାଚିତ ସମିତି ସଭ୍ୟ/ସଭ୍ୟା ଓ ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ସ୍ଵାଗତ କରାଯିବା ସଙ୍ଗେ ସଙ୍ଗେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା