-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ଧର୍ମଗଡ଼ ( ଜ୍ୟୋତିରଞ୍ଜନ ବେମାଲ )
ଆସ୍ଥା ଓ ବିଶ୍ଵାସର ପର୍ବ ଚୈତ୍ର ପର୍ବ ମହାଧୁମଧାମ ରେ ପାଳିତ ହୋଇଯାଉଛି ,ଧର୍ମଗଡ଼ ର ଅଧି ସ୍ତ୍ରାତି ଦେବୀ ମାଁ ଭଣ୍ଡାର ଘରଣୀ ଓ ଅଞ୍ଚଳର ବିଭିନ୍ନ ଗ୍ରାମରେ ପୁଜାପାଇଥିବା ଦେବା ଦେବୀ ଙ୍କ ଏହି ପର୍ବ ଆନନ୍ଦ ଓ ଉଲ୍ଲାସ ର ସହ ପାଳିତ ହୋଇଯାଇଛି ।ଗତ ଦୁଇ ବର୍ଷ କରୋନା କଟକଣା ପାଇଁ କେବଳ ରୀତିନୀତି ଅନୁଯାୟୀ ମନ୍ଦିର ରେ ପୂଜା ହୋଇଥିବା ବେଳେ ଚଳିତ ବର୍ଷ ମାଁ ଙ୍କ ପ୍ରତିମା ସ୍ୱରୂପ ଘଟ ଗ୍ରାମ ପରିକ୍ରମା କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ପ୍ରଥମେ ମାଁ ଙ୍କ ପୂଜାର୍ଚ୍ଚନା ପରେ କୁଆଁରୀ କନ୍ୟା ଙ୍କ ଦ୍ଵାରା ଘଟ ବୁହାଯାଇ ଗ୍ରାମ ପରିକ୍ରମା କରାଯାଇଥାଏ ,ଏହି ସମୟରେ ବନ୍ଧାପନା ଓ ହୁଳହୁଳି ରେ ମାଁ ଙ୍କୁ ସ୍ଵାଗତ କରିବା ସହ ଦର୍ଶନ କରି ଆଶିର୍ବାଦ ଲାଭ କରିଥାନ୍ତି ।