-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଦୀର୍ଘ ୬ବର୍ଷ ଧରି ନିରବିଛିଣ୍ଣ ଭାବେ ବିନିକା ଅଞ୍ଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ଲୋକ ଲୋଚନକୁ ଆଣିବାରେ ସକ୍ଷମ ଏବଂ ଅଞ୍ଚଳବାସୀଙ୍କ ସାମୁହିକ ସମସ୍ୟାକୁ ସ୍ୱର ଉତ୍ତୋଳନ କରି ସଫଳ କରିବା ଦିଗରେ କାର୍ଯ୍ୟ କରୁଥିବା ବିନିକା ସାମ୍ବାଦିକ ସଂଘର ଗୁରୁତ୍ତ୍ୱପୂର୍ଣ ବୈଠକ ମଙ୍ଗଳବାର ଉଲୁଣ୍ଡା ବ୍ଳକ କେଉଟିପାଳି ସ୍ଥିତ ଫାର୍ମ ହାଉସ ଠାରେ ସଭାପତି ମୁକ୍ତିକାନ୍ତ ପେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ସଂଘର ସଂପାଦକ ଶାନ୍ତନୁ କୁମାର ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ କର୍ମକର୍ତ୍ତା ଚୟନ ଉପରେ ସୂଚନା
ଦେଇଥିଲେ ।ଏଥିରେ ସମସ୍ତ ସଦସ୍ୟ ଭାଗନେଇ ସଂଘର ସ୍ଥାୟୀ କୋଠାଘର ନିର୍ମାଣ କାର୍ଯ୍ୟ କିପରି ଅତିଶିଘ୍ର ଆରମ୍ଭ ହେବ ଏବଂ ଆଗାମୀ ଦିନରେ ସଂଘ ତରଫରୁ ହେବାକୁ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ମାନେ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ପରେ ସର୍ବସମ୍ବତି କ୍ରମେ
ନୂତନ କର୍ମକର୍ତ୍ତା ଗଠିତ ହୋଇଥିଲା ।ସଂଘର ସଭାପତି ଭାବେ ସଦାନନ୍ଦ ପ୍ରଧାନ,ସମ୍ପାଦକ ଅଶୋକ କୁମାର ପଣ୍ଡା,ଉପ ସଭାପତି ମୁକେଶ ବଗର୍ତ୍ତି,ସହ ସମ୍ପାଦକ ବିପ୍ଳବ ରଞ୍ଜନ ଦାସ,କୋଷାଧ୍ୟକ୍ଷ ନନ୍ଦିଘୋଷ ପଣ୍ଡା ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ହିମାଂଶୁ ଶେଖର ପୁଟେଲ,ବ୍ରହ୍ମାନନ୍ଦ ପୂଜାରୀ,ସୃଜନ ପଣ୍ଡା ରହିଥିବା ବେଳେ କାର୍ଯ୍ୟକାରୀ କମିଟିରେ ଶାନ୍ତନୁ ପଣ୍ଡା,ରବୀନ୍ଦ୍ର ହୋତା,ଲକ୍ଷ୍ମଣ ପାତ୍ର,ଜୟରାମ ସେଠ୍,ମୁକ୍ତିକାନ୍ତ ପେରା ପ୍ରମୁଖ ରହିଛନ୍ତି ।