-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ମହିଳା ଜୁନିଅର କଲେଜ,ସିଦ୍ଧାର୍ଥ ଜୁନିଅର କଲେଜ ଓ ବିଉଁଶୁଣି ଜଗନ୍ନାଥ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି ।ସ୍ଥାନୀୟ ମହିଳା କଲେଜରେ ଅନୁଷ୍ଟିତ ଶିବିରରେ ଅଧ୍ୟକ୍ଷ ପଞ୍ଚାନନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବୈୟଜନ୍ତୀ ସାହୁ,ପ୍ରୋଗ୍ରାମ ଅଧିକାରୀ ସବ୍ୟସାଚୀ ଦନ୍ତା ଉପସ୍ଥିତ ରହି ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ମାଷ୍ଟର ଟ୍ରେନର ସାବିତ୍ରୀ ସାହୁ,ନମ୍ରତା କ୍ଷେତି ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।ସେହିପରି ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିରରେ ଅଗ୍ନିଶମ ଅଧିକାରୀ ଭକ୍ତ ଚରଣ ତାଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନ ଓ କୌଶଳ ମାଧ୍ୟମରେ ଛାତ୍ରୀମାନେ କିପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ ସେ ଦିଗରେ କହିଥିଲେ ,ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ଃ ଧୀରେନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆତ୍ମ ସୁରକ୍ଷା ଓ ଶୃଙ୍ଖଳା ଦ୍ଵାରା ଛାତ୍ରୀମାନେ ଜୀବନକୁ ସୁସଂଗଠିତ କରିପାରିବେ ସେ ଉପରେ କହିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ଏଏସଆଇ ଆନନ୍ଦ ନାୟକ,ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ,ମନୋରଞ୍ଜନ ପ୍ରଧାନ,କାର୍ଯ୍ୟକ୍ରମ ଅଧିକାରୀ ନାରାୟଣ ଚୌଧୁରୀ ପ୍ରମୁଖ ଯୋଗଦେଇ ତାଲିମ ଶିବିରର ମହତ୍ତ୍ ଉପରେ ଆଲୋକପାତ କରିଥିଲେ ।ଏଥିରେ ୧୨୨ଜଣ ଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।ଅନୁଷ୍ଟିତ ଏହି ଶିବିର ପରିଚାଳନାରେ ଅଧ୍ୟାପକ ଧନେଶ୍ଵର ସାହୁ,ଗରିବ ସାଲମା ଓ କଲେଜର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ । ଅନ୍ୟ ପକ୍ଷରେ ବାଉଁଶୁଣି ଜଗନ୍ନାଥ କଲେଜ ଅଧ୍ୟକ୍ଷ ବନ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରକୁ ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଡ ଉଦ୍ଘାଟନ କରିଥିଲେ ।ଏଥିରେ ଅତିଥି ଭାବେ ଅଧ୍ୟକ୍ଷା ରେଖା ପ୍ରଧାନ,ଅଧ୍ୟାପକ ଶାନ୍ତନୁ ସାହୁ,ରାଜେଶ ପଟ୍ଟନାୟକ ଯୋଗଦେଇଥିଲେ ।ସଭାକୁ ବିଶେଶ୍ୱର ଗୁରୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶିବଦତ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ୪୨ଜଣ ଛାତ୍ରୀ ପ୍ରଶିକ୍ଷଣ ନେଉଥିବା ଜଣାପଡିଛି ।