-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
05-Apr-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ଅଧିନସ୍ଥ ବାବୁଫସାଡ ପଞ୍ଚାୟତ ବାବୁପାଲି ଗ୍ରାମରେ ଏକ ଆନନ୍ଦ ଉଲ୍ଲାସର ବାତାବରଣ ଦେଖିବାକୁ ମିଳିଛି l ଜଣେ ବୀର ଯବାନଙ୍କ ଅବସରକାଳୀନ ଭବ୍ୟ
ସ୍ଵାଗତ ସହ ସମ୍ବର୍ଦ୍ଧନା ସମାରୋହ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଦେଶ, ମାତୃଭୂମି ତଥା ଭାରତୀୟଙ୍କ ପାଇଁ ସୀମା ସୁରକ୍ଷାରେ ଯବାନ ଭାବେ କାମ କରୁଥିବା ଏକ ବ୍ୟକ୍ତି ଜଣକ ହେଲେ ଶ୍ରୀ ଅନନ୍ତ କୁମାର ସାହୁ l ବବୁଫାସଡ ପଞ୍ଚାୟତ ବାବୁପାଳି ଗ୍ରାମ ଓ ବ୍ଲକ ହେଉଛି ଆଗଲପୁର l ଉକ୍ତ ଗ୍ରାମରେ ଆଜି ଖୁସିରଲହରୀ ଦେଖିବାକୁ ମିଳିଛି l ଆଜି ଶ୍ରୀ ସାହୁ ନିଜ କର୍ମକ୍ଷେତ୍ରରୁ ଅବସର ହୋଇ ନିଜ ଗ୍ରାମକୁ ଫେରିବା ଖବର ପାଇ ଗ୍ରାମର ଛୋଟରୁ ବଡ଼ ଲୋକ ପର୍ଯ୍ୟନ୍ତ ଖୁସିରେ ଝୁମି ଉଠିଛନ୍ତି l ଏହି ଅବସରରେ ସେମାନେ ଏକ ବିରାଟ ଶୋଭାଯାତ୍ରା କରି ତାଙ୍କୁ ଗ୍ରାମକୁ ପାଛୋଟି ଆଣିଛନ୍ତି ଗ୍ରାମର ଲୋକେ l ବାଜା ବଜାଇ , ବାଣ ଫୁଟାଇ ତାକୁ ଭବ୍ୟ ସମାର୍ଦ୍ଧନା ଜଣାଇଛନ୍ତି l ବିଙ୍ଗ ହୁମାନ ଫୋୖଣ୍ଡେସନ ଆଗଲପୁର ଶାଖା ତରଫରୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ଶ୍ରୀ ଅନନ୍ତ କୁମାର ସାହୁ ସୀମା ସୁରକ୍ଷା ଯବାନ ଭାବରେ କାମ କରୁଥିଲେ l ତାଙ୍କ ପିତାଙ୍କ ନାମ ହେଉଛି ସର୍ଗତ ହୃଷୀକେଶ ସାହୁ ମାତା
ଭୁଇ ସାହୁ l ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ନିବେଦିତା ସାହୁ l ଏହି ଅବସରରେ ଏକ ସଭାର ଆୟୋଜନ କରା ଯାଇଥିଲା, ଏହି ସଭାକୁ ପୂର୍ବତନ ସରପଞ୍ଚ ଶ୍ରୀ ସଙ୍ଖାଳି ସାହୁ ପରିଚାଳନା କରିଥିବା ବେଳେ ପଦ୍ମଶ୍ରୀ କବି ଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ଦେବେନ୍ଦ୍ର କୁମାର ସାହୁ, ଅନ୍ତର୍ଯ୍ୟାମୀ ଖମାରି, ରମାକାନ୍ତ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ବଳବନ୍ତ ସାହୁ, ହର କୁମ୍ଭାର, ଆନନ୍ଦ ଠାକୁର ପ୍ରମୁଖ l ଗ୍ରାମର ସମସ୍ତେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l