-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
04-Apr-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା)ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ ଖଣ୍ଡପଡ଼ା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍ଯାପନୀ ସମାରୋହରେ ଯୋଗ ଦେଇଥିଲେ । ବିଶ୍ୱର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟ ସମ୍ପାଦିତ କରି "ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ" ଗାନ କରି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଆରମ୍ଭ କରିଥିଲେ । ବିଦ୍ୟା କଣ ତାହାକୁ ବୁଝାଇବାକୁ ଯାଇ କହିଥିଲେ ଯେ, ସା ବିଦ୍ୟା ୟା ବିମୁକ୍ତଏ । ମାନବତା ହିଁ ପରମ ଧର୍ମ । ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର । ସେବା ହିଁ ସୌଭାଗ୍ୟ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ଅଛି । ସଂଜମ ପ୍ରଚେଷ୍ଟା, ପରିଶ୍ରମ, ସହଜ ରହିବା, ସରଳ ରହିବା ସିଦ୍ଧି ଲାଭର ମୂଳମନ୍ତ୍ର । ଭଗବାନଙ୍କ ଦାନରେ ସନ୍ତୁଷ୍ଟ ରହିବା ଓ ବର୍ତମାନ ସମୟର ସଦ୍ ବ୍ୟବହାର କରିବା ପାଇଁ ବକ୍ତବ୍ୟରେ କହିଥିଲେ । ମାନ୍ୟବର ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ସିଂ ମର୍ଦ୍ଦରାଜ ଯୋଗଦେଇଥିଲେ । ସମ୍ମାନିତ ଅତିଥ୍ ଭାବେ ଡ. ପ୍ରଶନ୍ନ କୁମାର ଶତପଥୀ ଯୋଗଦାନ କରିଥିଲେ।
ବିଦ୍ୟାଳୟର ପ୍ରଦାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ସଭା ଶେଷରେ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ବିଶେଶାଙ୍କ “ସୁଧା” ପତ୍ରିକାର ଉନ୍ମୋଚନ ରାଜ୍ୟପାଳଙ୍କ ଦ୍ୱାରା କରାଯାଇଥିଲା । ଏଥ୍ସହିତ ପୁସ୍ତକ "ପ୍ଲାଟିନମ ପରିଚୟ" ପୂରାତନ ଛାତ୍ର ଦାଶ ବେନହୁର, "ପେନ କିଲର" ପୂରାତନ ଛାତ୍ର ବିଶ୍ଵନାଥ ବେହେରା, "କଥା କାଦମ୍ବରୀ" ପୂରାତନ ଛାତ୍ର କୁଳମଣି ଷଡ଼ଙ୍ଗୀଙ୍କ ଦ୍ବାରା ରଚିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଭୁତି ଭୂଷଣ ସିଂ ମର୍ଦ୍ଦରାଜଙ୍କ ଦ୍ବାରା ଲିଖିତ ଖଣ୍ଡପଡ଼ା ଇତିହାସ ପୁସ୍ତକ ମହାମହୀମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା।