-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ସୁବର୍ଣ୍ଣ ପୁର ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ବିଶ୍ୱ ନାଟ୍ୟଦିବସ ପାଳନ ହୋଇଯାଇଛି। ନିର୍ଦ୍ଦେଶକ ମନୋଜ କୁମାର ବାରିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ ନାଟ୍ୟଶ୍ରୀ ଗଦାଧର ବାରିକ ଓ ମୁଖ୍ୟବକ୍ତା ଭାବରେ ଶ୍ୟାମାॐପ୍ରସାଦ ମିଶ୍ର ଯୋଗଦେଇ ଆଜିକାର ଏହିଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ବହୁ ତଥ୍ୟଭିତ୍ତିକ ମତରଖିଥିଲେ। ଚଳିତ ବର୍ଷ ପାଇଁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ 'ନାଟ୍ୟଚକ୍ର ସମ୍ମାନ' ବିଶିଷ୍ଟ ନାଟ୍ୟକାର ହରିହର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଏ ଅବସରରେ ସ୍ଥାନୀୟ କୋଶଳ ଉଚ୍ଚବିଦ୍ୟାଳୟ ପକ୍ଷରୁ ଅଙ୍କିତା କଅଁର ଙ୍କ ନିର୍ଦ୍ଦେଶିତ ନୃତ୍ୟ 'ପଞ୍ଚରସି'ରେ ସ୍ୱ।ଗତିକା ,ଆୟାଲ ଅନ୍ୱେଷା,ଲିଜା,ସସ୍ମିତା ଓ ଶୁଭଶ୍ରୀ ନୃତ୍ୟ ପରିବେଷଣ କରିଥିବା ବେଳେ ॐକାର ପ୍ରସାଦ ବାରିକଙ୍କ ନୃତ୍ୟ 'ରଘୁପତି ରାଘବ' ଦର୍ଶକ ଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା ସେହିପରି ବିଦୁସ୍ମିତା ଜାଲଙ୍କ 'ଚାଲ୍ ସଜନୀ' ଓ ରାକ୍ଷୀ ମହାପାତ୍ର ଙ୍କ 'ସମ୍ବଲପୁରୀଆ ନନୀ' ନୃତ୍ୟ ପରିବେଷଣ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପ୍ରୋଗ୍ରାମ ମେନେଜର ଶିବପ୍ରସାଦ ଗୁରୁ ଙ୍କସହ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।