-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ବଲାଙ୍ଗୀର(ପ୍ରେରଣା ଖବର) ଛାତ୍ର ମାନଙ୍କ ପାଇଁ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେ ସେହି ଛାତ୍ର ହାରି ଯାଏ ଯିଏ ବଂଚିବାର କଲା ଜାଣି ନାହିଁ l ବଲାଙ୍ଗୀରର ଅଗ୍ରଣୀ ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାୱାର ଅଫ ଫୋକସ କାର୍ଯ୍ୟକ୍ରମ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଜୀବନରେ କେମିତି ସଫଳ ଏବଂ ଭଲ ମଣିଷ ହୋଇ ଦେଶ ପାଇଁ କିଛି କରିବେ ସେଥି ପାଇଁ ଦିଗଦର୍ଶନ ଦିଅ ଯାଇଥିଲା l ସହରର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମର ବହୁତ ମଜ଼ା ନେଇଥିଲେ l ଅନିଲ ମୋଦିଙ୍କ ନେତୃତ୍ଵାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟିଭେସନାଲ୍ ଟ୍ରେନର ଆର୍ତତ୍ରାଣ ପାଢ଼ୀ ନିଜର ପ୍ରଭାବଶାଳୀ ବକ୍ତବ୍ୟ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନ ଜିଣି ନେଇ ଥିଲେ ମୁଖ୍ୟ ଅଥିଥି ଭାବେ ସି ଏ ଶ୍ରୀକାନ୍ତ ଶର୍ମା ଏବଂ ସମ୍ମାନିତ ଅତିଥି ଭାବେ ସୁଶାନ୍ତ ପାତ୍ର ଏବଂ ରାମାବତାର ଅଗ୍ରୱାଲ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ରାଜେଶ ତ୍ରିପାଠୀ lଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ଭାବେ ଜେ ଏସ୍ ଏମ୍ ଇ କମର୍ସ କଲେଜ ଏବଂ ସି ଏନ୍ ସି କଲେଜ ବିଶେଷ ସହଯୋଗ ରହିଥିଲା l ଆଗାମୀ ଦିନରେ ମଧ୍ୟ ଗାଁ ସ୍କୁଲ ଏବଂ କଲେଜ ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦିକା ପିଙ୍କି ମୋଦି ସୂଚନା ଦେଇଛନ୍ତି l