-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) : ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେବାଜିଥିଲା ପୌର ନିର୍ବାଚନ ବିଗୁଲ। ପଞ୍ଚାୟତ ନିର୍ବାଚନ ରେ ବଲାଙ୍ଗିର ଜିଲ୍ଲାରେ ବିଜୁ ଜନତାଦଳ ଭଲ ପ୍ରଦର୍ଶନ କରିଥିଲା। ଏମିତି ରାଜ୍ୟ ରେ ୩୦ ଜିଲ୍ଲାରୁ ୩୦ ଜିଲ୍ଲାପରିଷଦ ଅଧ୍ୟକ୍ଷ ମଧ୍ଯ ବିଜେଡି ହାତକୁ ଯାଇଥିଲା। ହେଲେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ଏକ ଭିନ୍ନ ଦୃଶ୍ଯ ଦେଖିବାକୁ ମିଲିଥିଲା। ଏଠାରେ ୩ଟି ବ୍ଲକ ରୁ ଦୁଇଟି ବ୍ଲକ ଅଧ୍ୟକ୍ଷ କଂଗ୍ରେସ ହାତକୁ ଯାଇଥିଲା । ଗୋଟିଏ ବିଜେଡି ହାତ କୁ ଯାଇଥିଲ। ଏବଂ ୭ ଟି ଜିଲ୍ଲା ପରିଷଦ ଆସନ ରୁ ୩ଟି ବିଜେଡି, ୩ କଂଗ୍ରେସ, ଓ ୧ ବିଜେପି ହାତକୁ ଯାଇଥିଲା । ଗୋଟିଏ ପ୍ରକାର ପଞ୍ଚାୟତ ନିର୍ବାଚନ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ କଂଗ୍ରେସ ବିଜୟ ହୋଇଥିଲା। କିନ୍ତୁ ଏହି ଥର ପୌର ନିର୍ବାଚନରେ ଅଧକ୍ଷ ପଦ ପାଇଁ ଭୋଟର ସିଧା ସଲଖ ଭାବେ ଅଧକ୍ଷଙ୍କୁ ଭୋଟ ଦେଇଥିଲେ। ପୁଣି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଶେଷରେ କଣ୍ଟାବାଞ୍ଜି ଏନ୍ଏସି ଅଧକ୍ଷ ପଦ ବି ବାଜି ମାରିନେଲା କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ବରିୟାମ ସିଂ ସାଲୁଜା ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ବିନୟ ଭୂଷଣ ବିଭାର ଙ୍କ ଠାରୁ ୭୮୯ ଭୋଟରେ ବିଜୟ ହୋଇଥିବା ବେଳେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସମୁଦାୟ ୪ ହଜାର ୬୫୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ବେଦବ୍ୟାସ ନାଗ ୨ ହଜାର ୧୫୧ ଖଣ୍ଡ ଭୋଟ୍ ପାଇଛନ୍ତି । କଂଗ୍ରେସ ଶିବିରରେ ଏବେ ଉତ୍ସାହର ମାହୋଲ୍ ଦେଖିବାକୁ ମିଳିଛି । ବିଭିନ୍ନ ବିଭିନ୍ନ ସ୍ଥାନ ରେ କଂଗ୍ରେସ ପକ୍ଷରୁ ପ୍ରସେସନ୍ ଚାଲିଥିବା ବେଳେ ବିଜେଡି, ବିଜେପି କୁ ପୁଣି ହତାଶ ହେବାକୁ ପଡ଼ିଛି । ସେହି ବଲି କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ଓ୍ବାର୍ଡ ନଂ-୧ (ବିଜେଡି) ଇମ୍ରାନ ଖାନ ,ଓ୍ବାର୍ଡ ନଂ- ୨ (କଂଗ୍ରେସ) ଅଶୋକ ଵଂଶଲ,ଓ୍ବାର୍ଡ ନଂ-୩ (ବିଜେଡି) ମନୀଷ ଅଗ୍ରୱାଲ,ଓ୍ବାର୍ଡ ନଂ- ୪ (କଂଗ୍ରେସ) ସୁଧା ଅଗ୍ରୱାଲ,ଓ୍ବାର୍ଡ ନଂ - ୫ (ବିଜେଡି) ଯାଜ୍ଞସେନି ନାଗ,ଓ୍ବାର୍ଡ ନଂ- ୬ (ବିଜେପି) ନୀଳକଣ୍ଠ ଶତପଥୀ, ଓ୍ବାର୍ଡ ନଂ-୭ (ବିଜେଡି) ପିଙ୍କି ମହାନନ୍ଦ,ଓ୍ବାର୍ଡ ନଂ - ୮ (କଂଗ୍ରେସ) ଗୌତମ ବେହେରା ,ଓ୍ବାର୍ଡ ନଂ - ୯ (କଂଗ୍ରେସ) ଲଳିତ ଅଗ୍ରୱାଲ,ଓ୍ବାର୍ଡ ନଂ- ୧୦ (କଂଗ୍ରେସ) ଶାନ୍ତି ଦୀକ୍ଷିତ ଓ୍ବାର୍ଡ ନଂ- ୧୧ (ବିଜେଡି) ସୂର୍ଯ୍ୟପ୍ରତାପ ମିଶ୍ର, ଓ୍ବାର୍ଡ ନଂ- ୧୨ (କଂଗ୍ରେସ) ହେମାନି ଜବତ,ଓ୍ବାର୍ଡ ନଂ- ୧୩ (କଂଗ୍ରେସ) ମନୋରମା ରାଉତ, ଓ୍ବାର୍ଡ ନଂ- ୧୪(କଂଗ୍ରେସ) ଗୁପ୍ତେଶ୍ଵର ତରିଆ,ଓ୍ବାର୍ଡ ନଂ- ୧୫
(କଂଗ୍ରେସ) ସୁନିତା ବୁଡେକ ଓ୍ବାର୍ଡ ନଂ- ୧୬ (କଂଗ୍ରେସ) ବେଦକାନ୍ତି ପନିକା, ଏମିତି ୧୬ ଟି ୱାର୍ଡରୁ କଂଗ୍ରେସ ୧୦, ବିଜେଡି ୦୫, ବିଜେପି ୦୧ ପାଇଁ ଏଥିବି କଂଗ୍ରେସ ବିଜୟ ହୋଇଛି । ସାହା ରାଜ୍ୟରେ ବିଜେଡି ବିଜୟ ହେଉଥିବା ବେଲେ କଣ୍ଟାବାଞ୍ଜି ବିଜେଡି ଦୃବଲ ହେବା ରେ ଲାଗିଛି। ବିଧାନସଭା ନିର୍ବାଚନ ରେ ମଧ୍ଯ ବିଜେଡି ପାର୍ଥୀ ତୃତୀୟ ସ୍ଥାନ ରହିଥିଲେ। ଏବେ ପୁଣି କଣ୍ଟାବାଞ୍ଜିରେ ବିଜେଡି ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ରେ ବିଜେଡି ପରାୟ ମୁହଁ ଦେଖିବାକୁ ପଡିଥିଲା। ଏନେଇ ନିର୍ବାଚିତ ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା କହିଛନ୍ତି ଯେ ଏହା କଣ୍ଟାବାଞ୍ଜି ସହରର ଜନସାଧାରଣ ଙ୍କ ଜିତ୍ ଅଛି ସେମାନଙ୍କ ସେନ୍ହ ସେମାନଙ୍କ ଆର୍ଶୀବାଦ ମୁଁ ପାଇଛି। ନିର୍ବାଚନ ପ୍ରଚାର ସମୟରେ ଜନ ସାଧାରଣ ଙ୍କୁ ଆମେ ଯେତେ ପ୍ରତିଶୃତି ଦେଇ ଥିଲୁ ସବୁ ପୁରା କର୍ମୁ। କାଳି ଠାରୁ ହି ଆମେ ସମସ୍ତ ୱାର୍ଡ ହିସାବ ରେ ତାଳିକା ପ୍ରସ୍ତୁତ କରି ରାସନକାର୍ଡ, ବାଦ୍ଧଭତ୍ତା, ଏବଂ ଅନ୍ୟ ଯେତେ ସମସ୍ୟା ଅଛି ସେହି ଉପରେ ଆମେ ଆଲୋଚନା କରି କାମ କରିବା ଆରମ୍ଭ କରିଦେବୁ ବୋଲି ସେ କରିଛନ୍ତି। ଏମିତି କି ନବ ନିର୍ବାଚିତ ଏନ୍ଏସି ଅଧକ୍ଷଙ୍କୁ ବରିୟାମ ସିଂ ସାଲୁଜାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି।