-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ଭୁବନେଶ୍ୱର, କଥାରେ ଅଛି-ଅପେକ୍ଷାର ଫଳ ମିଠା। ହେଲେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିଥାଏ। ସେପଟେ ସେ ଯେଉଁ ଭୂମିକାରେ ଅଭିନୟ କରିବାକୁ ମନ ବଳାଇଥୁଲେ ତାହା ମଧ୍ୟ ପୂରଣ ହୋଇଛି। କଥା କ’ଣ ଏକାଧାରରେ ପ୍ରଯୋଜକ-କମ୍–ଅଭିନେତା ସୂର୍ଯ୍ୟକାନ୍ତ ସାମଲ ଏକ ଭିନ୍ନ ଧରଣର ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ। ଫିଲ୍ମଟି ହେଲା ‘ବାଳୀ–ଦ ସେଭିୟର’। ଏଥିରେ ଜଣେ ସାଧାରଣ ଯୁବକ ଭୂମିକାରେ ସେ ଅଭିନୟ କରୁଛନ୍ତି। ଏକ ବସ୍ତିବାସିନ୍ଦାର ସୁରକ୍ଷା ପାଇଁ ଯୁବକ ଜଣକ କିପରି ନିଜ
ଜୀବନକୁ ବାଜି ଲଗାଇ ଦେଉଛି ତାହା ଏଥ୍ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍ରେ ଅଛନ୍ତି ମାମା ସାମଲ। ଏଥିରେ ମାମା ଜଣେ ଜର୍ନାଲିଷ୍ଟ ଭୂମିକାରେ ଅଭିନୟ କରିଛନ୍ତି। ସୂର୍ଯ୍ୟକାନ୍ତ-ମାମା ଯୋଡ଼ି ବ୍ୟତୀତ ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟ ପ୍ରକାଶ ଦାସ, ସ୍ମିତା ମହାନ୍ତି, ହରିହର ମହାପାତ୍ର, ଚିନ୍ତାମଣି ବିଶ୍ବାଳ, ବାପି ରୟ ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି। ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜନାରେ ଏହାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ। ଫିଲ୍ମଟି ଖୁବ୍ ଶୀଘ୍ର ପରଦା ଉପରକୁ ଆସିବ ବୋଲି ସୂଚନା ଦେଇଛନ୍ତି ସୂର୍ଯ୍ୟକାନ୍ତ।